www.samajalive.in
Sunday, December 14, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୫/୧୧/୨୦୨୨)

ମେ​ଷ :​‌ ରାଜନୀତି ବିଶାରଦ ହେବେ। କୂଟନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। କଠିନ ପରିଶ୍ରମୀ ହେବେ। ଶ୍ବଶୁର ଘରୁ ଧନ ଲାଭ ହୋଇପାରେ। ଯୁଦ୍ଧପ୍ରିୟ, ଚତୁର ଓ ଧନଯୁକ୍ତ ହେବେ।

ବୃଷ : ଯଶସ୍ବୀ ହେବେ। ବିପଦ ଯେତେ ପ୍ରମାଦପୂର୍ଣ୍ଣ ହେଲେ ବି ନିର୍ଭୟରେ ତା’ର ମୁକାବିଲା କରିବେ। ଧନୀ ଓ ମହାଜନ ହେବେ। ଘରର ମୁରବି ହୋଇପାରନ୍ତି। ପତ୍ନୀ ଗୃହକର୍ମ ନିପୁଣା ହେବେ। ଧର୍ମକ୍ରିୟାରତ ହେବେ।

ମିଥୁନ : ପରୋପକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ନୂତନ ବିଷୟର ଅନୁସନ୍ଧାନକାରୀ ହୋଇପାରନ୍ତି। ଧର୍ମକାର୍ଯ୍ୟ କରି ସୁଖଭୋଗ କରିବେ।

କର୍କଟ : ବିବାହ ବିଳମ୍ବିତ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବାନିପୁଣା ହୋଇପାରନ୍ତି। ସୁଖୀ ହେବେ। ସରକାରଙ୍କଠାରୁ ଧନ ପ୍ରାପ୍ତି ହେବ। ଶତ୍ରୁ ବିଜୟୀ ହୋଇପାରନ୍ତି। ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି।

ସିଂହ : ଶତ୍ରୁନାଶକ ହେବେ। ନିର୍ବାଚନରେ ସଫଳତା ପାଇବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଧନବାନ୍‌, ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ, ବଳବାନ୍‌ ଓ ଉଦ୍ୟୋଗୀ ହେବେ।

କନ୍ୟା : ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହେବେ। ସ୍ବାଭିମାନୀ ହେବେ। ଦେବୀ ଭକ୍ତ ହୋଇପାରନ୍ତି। ଉତ୍ତମ ଲେଖକ ହେବେ। ଜ୍ୟୋତିର୍ବିଜ୍ଞାନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଭ୍ରାତୃ ସହଯୋଗ ପାଇବେ।

ତୁଳା : ଧନବାନ୍‌ ହେବେ। ସ୍ବାସ୍ଥ୍ୟପ୍ରଦ ଗୃହରେ ବାସ କରିବେ। ଯଶସ୍ବୀ ହେବେ। ସୁନାମ ଅର୍ଜନ କରିବେ। ସୁଖବର ପାଇବାର ସୂଚନା ମିଳୁଛି। ପୈତୃକ ସମ୍ପତ୍ତି ଲାଭ ହେବାର ସମ୍ଭାବନା ରହିଛି।

ବିଛା : ଧନାଢ଼୍ୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଯଶସ୍ବୀ ଓ ସଂଯମୀ ହେବେ।

ଧନୁ : କୋଇଲା, ଚମଡ଼ା, ମେସିନାରୀ ଓ ତୈଳାଦି ବ୍ୟବସାୟରୁ ଧନ ଲାଭ ହୋଇପାରେ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହେବେ। ପୈତୃକ ସମ୍ପତ୍ତି ଭୋଗ କରିବେ। ଦୟାଳୁ ଓ ନ୍ୟାୟ ପ୍ରିୟ ହେବେ।

ମକର : ଧନଲାଭ କରିପାରନ୍ତି। ଶାନ୍ତିପ୍ରିୟ ହେବେ। ସୁସ୍ଥ ଓ ନିରାମୟ ରହିବେ। ରାଜନୀତିରେ ସମୟ ଅତିବାହିତ କରିପାରନ୍ତି। ଶତ୍ରୁ ବିନାଶକ ହେବେ। ପ୍ରଗାଢ଼ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରି ଧର୍ମକାରକ ହେବେ।

କୁମ୍ଭ : ସମସ୍ତ ସୁଖସ୍ବାଚ୍ଛନ୍ଦ୍ୟ ଲାଭ କରିବେ। ଗୁପ୍ତ ବିଦ୍ୟାରେ ଅଭୂତପୂର୍ବ ସଫଳତା ପାଇବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ବେଦ, ଉପନିଷଦ ଓ ଧର୍ମଗ୍ରନ୍ଥ ପଠନରେ ମନୋନିବେଶ କରିପାରନ୍ତି।

ମୀନ : ରାଜନୀତି କ୍ଷେତ୍ରରେ ଉଚ୍ଚ ଆସନ ଲାଭ କରିପାରନ୍ତି। ମାତୃସ୍ନେହୀ ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ବାନ୍‌ ଓ ରୋଗହୀନ ହେବେ। କ୍ରୋଧୀ ଓ ନୀତିନିଷ୍ଠ ହେବେ। ପ୍ରଜ୍ଞାଶୀଳ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories