www.samajalive.in
Sunday, December 14, 2025
14.1 C
Bhubaneswar

ଜି-୨୦ ସମ୍ମିଳନୀ : ଇଣ୍ଡୋନେସିଆରେ ମୋଦୀ

ଜାକର୍ତ୍ତା : ଇଣ୍ଡୋନେସିଆର ବାଲି ଦ୍ବୀପରେ ଆରମ୍ଭ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଜାକର୍ତ୍ତାରେ ପହଞ୍ଚିଛନ୍ତି । ନଭେମ୍ବର ୧୫ ଓ ୧୬ ଦୁଇଦିନ ଧରି ୧୭ତମ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବିଶ୍ବ ଆର୍ଥିକ ବିକାଶ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ପରିବେଶ, ସ୍ବାସ୍ଥ୍ୟ, ଡିଜିଟାଲ ଟ୍ରାଞ୍ଜାକସନ୍‌ ଭଳି ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମ୍ମିଳନୀରେ ଅବସରରେ ମୋଦୀ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ରୁଷ୍‌, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ ପ୍ରମୁଖ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ସଦସ୍ୟ ଅଛନ୍ତି । ଡିସେମ୍ବର ୧ରୁ ଭାରତ ଜି-୨୦ ରାଷ୍ଟ୍ରର ଅଧ୍ୟକ୍ଷତା ଭାର ନେବ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories