www.samajalive.in
Saturday, December 13, 2025
26.1 C
Bhubaneswar

ରାଜାରାଣୀ ସଂଗୀତ ଉତ୍ସବ ଉଦଯାପିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ,ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ବ୍ୟାପାର ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ଆର୍ .ଯାଦବ , ଭୁବନେଶ୍ୱର ମ୍ୟୁଜିକ ସର୍କଲ ସଚିବ କ୍ଷୀରୋଦ ପଟ୍ଟନାୟକ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଆଜିର ଏହି ସଙ୍ଗୀତ ସନ୍ଧ୍ୟାର ପ୍ରଥମ ଆସରରେ ଶିଳ୍ପୀ କୁନ୍ନଡ ବାଲମୁରଲୀ କ୍ରୀଷ୍ଣା ( ଚେନ୍ନାଇ) କର୍ଣ୍ଣାଟକୀ ଶୈଳୀରେ ତାଙ୍କର ଗାୟନ ପରିବେଷଣ କରିଥିଲେ। ତାଙ୍କ ପରିବେଷଣରେ ରହିଥିଲା ରାଗ ହିନ୍ଦୋଳ ଏବଂ ତାଳ ଆଦିତାଳ । ଚମତ୍କାର ଗାୟନ ଶୈଳୀ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ବିମୋହିତ କରିପାରିଥିଲେ। ଏହି ପରିବେଷଣରେ ତାଙ୍କୁ ମୃଦଙ୍ଗମ୍ ଏବଂ ବେହେଲାରେ ସହାୟତା କରିଥିଲେ ଯଥାକ୍ରମେ ଶ୍ରୀ ପତ୍ରୀ ସତୀଶ କୁମାର ଏବଂ ଶ୍ରୀ କାର୍ତ୍ତିକ ନାଗରାଜ । ଆଜିର ଦ୍ୱିତୀୟ ପରିବେଷଣରେ ଆକ୍କାରାଇ ଭଗିନୀ ଦ୍ୱୟ ଶୁଭଲକ୍ଷ୍ମୀ ଓ ସ୍ୱର୍ଣ୍ଣଲତା ବେହେଲା ବାଦନରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପ୍ରକାଶ ଥାଉକି, ୨୦୧୯ ମସିହାରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଏହି ଦୁଇ ଜଣଙ୍କୁ ‘ କଲ୍ଲାଇମା ମଣି ‘ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ସଙ୍ଗୀତା ଗୋସାଇଁ ଏବଂ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories