www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠରେ ଆକାଂକ୍ଷିତ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଆଠଗଡ : ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଆକାଂକ୍ଷିତ କାର୍ଯ୍ୟକ୍ରମ (ଇନ୍‌ସ୍ପିରେସନାଲ ପୋଗ୍ରାମ) ପବିତ୍ର ଶିଶୁ ଦିବସ ଅବସରରେ ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଉଦ୍‌ଘାଟିତ ହୋଇଯାଇଛି । କଟକ ଜିଲ୍ଲାରେ ମୋଟ ୧୦ଟି ଉଚ୍ଚ ବିଦ୍ୟାଳୟରେ ଏହି ଆକାଂକ୍ଷିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବାବେଳେ ସେଥିମଧ୍ୟରୁ ଆଠଗଡ ଉପଖଣ୍ଡର ଏକମାତ୍ର ବିଶ୍ୱନାଥ ବିଦ୍ୟାପୀଠ ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ-ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ ଶିକ୍ଷାବ୍ୟତୀତ ଭବିଷ୍ୟତରେ ନିଜ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବା ଓ ଆତ୍ମନିର୍ଭରଶୀଳ ହେବା ଲାଗି ସେମାନଙ୍କ ମଧ୍ୟରେ ଥିବା ଆଗ୍ରହକୁ ପରିଲକ୍ଷିତ କରି ସେହି ଅନୁଯାୟୀ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଦିଗରେ ଏହି ଅଭିନବ ଆକାଂକ୍ଷିତ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ନଗରପାଳ ସସ୍ମିତା ରାଉତ ଯୋଗଦେଇ ଏହି ଆକାଂକ୍ଷିତ କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାର୍ଥୀ ଉପକୃତ ହେବା ସହ ଭବିଷ୍ୟତ ଜୀବନରେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ବେହେରା ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଶିଶୁ ଦିବସ ଉପଲକ୍ଷେ ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲର ଛାତ୍ରଛାତ୍ରୀ ନୃତ୍ୟଗୀତ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲର ଶିକ୍ଷୟିତ୍ରୀ ସରିତା ମିଶ୍ର, ଶିକ୍ଷକ ବିଜୟ କୁମାର ସାହୁଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅର୍ଚ୍ଚନା ନନ୍ଦ, ବାସନ୍ତି ଜେନା, ଶିକ୍ଷାବିତ୍‌ ତ୍ରିଲୋଚନ ଦାସ, ପରିଚାଳନା କମିଟି ଉପସଭାପତି ରେବତୀ ସାହୁ ସଦସ୍ୟ ବିଜୟଲକ୍ଷ୍ମୀ ଧଳସାମନ୍ତ, ରେବତୀ ସାହୁ(ଖ) ଓ ଭାରତୀ ସାହୁଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗଦାନ କରିଥିଲେ ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories