www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧରେ ଉଦଘାଟିତ ହେଲା ରାଜ୍ୟର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର, ଭାଗନେଲେ ୧୦ ଜିଲାର ୩୪୮ରୁ ଅଧିକ ବ୍ୟବସାୟୀ

ବୌଦ୍ଧ : ଦୀର୍ଘଦିନର ପ୍ରତୀକ୍ଷା ପରେ ବୌଦ୍ଧ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ପରିସରରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଉଦଘାଟିତ ହୋଇଯାଇଛି। ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତ.ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀଅମାତ କହିଥିଲେ ଯେ ବ୍ୟବସାୟ ନୁହେଁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇପାରିବ। ଏହି ବଜାର ଆରମ୍ଭ କରାଯିବା ଦ୍ୱାରା ବୁଣାକାର ପରିବାରମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ଏବଂ ସ୍ୱଦେଶୀ ହସ୍ତକଳାକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ। ଜିଲାପାଳ ଶ୍ରୀ ସାହୁ ଏହି ବଜାର ବସାଇବାକୁ ଜିଲାର ଅଧିକାରୀମାନେ ଦିନ ରାତି ପରିଶ୍ରମ କରିଥିବାରୁ ଧନ୍ୟବାଦ ଦେବା ସହିତ ବୁଣାକାରମାନଙ୍କୁ ଏଠାରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ। ଏହାବ୍ୟତୀତ ବୁଣାକାରମାନଙ୍କ ଯେଉଁଭଳି ଭାବରେ ବ୍ୟବସାୟ ବୃଦ୍ଧି ହୋଇପାରିବ ଅନ୍ୟ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଏହି ବଜାର ସହିତ ଯୋଡିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି ଜିଲାପାଳ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗଦେଇ ବୁଣାକାର ବଜାର ଯୋଗୁଁ ବୌଦ୍ଧର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷା ବୁଣାକାର ବଜାର ସୃ୍ଷ୍ଟି ଏକ କାଳଜୟୀ ନିଷ୍ପତ୍ତି ବୋଲି ପ୍ରକାଶ କରିବା ସହିତ ଜିଲାପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ। ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ଦୁଇଶହ ବର୍ଷ ପୂର୍ବରୁ ମେସିନ ର ବ୍ୟବହାର ହୋଇଥିବାବେଳେ ହସ୍ତତନ୍ତ ଏପର୍ଯ୍ୟନ୍ତ ନିଜର ସ୍ଥିତି ବଜାୟ ରଖି କାଳକୁ ଜୟ କରିସାରିଛି ଏବଂ ବୁଣାକାର ବଜାର ଦ୍ୱାରା ସ୍ରଷ୍ଟା ଓ ସୃଷ୍ଟିର ମହାମିଳନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଉପଜିଲାପାଳ ସନତ କୁମାର ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତଥିବାବେଳେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସଂଯୋଜନା କରିଥିଲେ।

- Advertisement -

ଶେଷରେ ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ମେହେର ଧନ୍ୟବାଦ ପ୍ରଦାନ କରିବାସହ ଜିଲାପାଳ ଶ୍ରୀ ସାହୁଙ୍କ ମାର୍ଗଦର୍ଶନରେ ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଏଡିଟି ଗୋଲାପି ଗୋପାରାଣୀ ମୁର୍ମୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ବୁଣାକାର ବଜାର ସଫଳ ରୂପ ନେଇପାରିଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବରଗଡ ଜିଲା ସରକଣ୍ଡା ବୁଣାକାର ସଂଘର ସଭାପତି ଚେୟାରମେନ ମେହେର, ବରଗଡ ବୁଣାକାର ମହାସଂଘର ସଭାପତି ରାମକୃଷ୍ଣ ମେହେର, ବୌଦ୍ଧ ବୁଣାକାର ସଂଘର ସଂପାଦକ ରମେଶ ପ୍ରସାଦ ମେହେରଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ବୁଣାକାର ସଂଘର କର୍ମକର୍ତ୍ତା ବୌଦ୍ଧ ବୁଣାକାର ବଜାର ସ୍ଥାପନ ନେଇ ବୁଣାକାରଙ୍କ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରତି ରବିବାର ବସିବାକୁ ଥିବା ଏହି ବୁଣାକାର ବଜାରର ପ୍ରଥମ ପାଳିରେ ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର, ଅନୁଗୋଳ, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଯାଜପୁର ଏହିପରି ୧୦ ଗୋଟି ଜିଲାରୁ ୩୪୮ ଜଣ ବୁଣାକାର ବ୍ୟବସାୟୀ ଯୋଗଦେଇଥିଲେ। ବୁଣାକାରମାନଙ୍କୁ ଦୁଇମାସ ପାଇଁ ମାଗଣାରେ ପିଣ୍ଡି ଯୋଗାଇ ଦିଆଯିବା ସହିତ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟାରେ ବ୍ୟବସାୟୀ ଏଥିରେ ସାମିଲ ହେବେ ବୋଲି ଜିଲାପାଳ ଶ୍ରୀସାହୁ ପ୍ରକାଶ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories