www.samajalive.in
Sunday, December 14, 2025
19.1 C
Bhubaneswar

ନିଆରା ଢଙ୍ଗରେ ଦେବାଂଶୀଙ୍କ ଜନ୍ମଦିନ ପାଳିତ; ୨୫୦ ଚାରା ରୋପଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଲେ ବାପା

ଧାମରା: ଧାମରାରେ ଏକ ନିଆରା ଢଙ୍ଗରେ କନ୍ୟାରତ୍ନଙ୍କ ଜନ୍ମ ଦିନ ପାଳିତ ହୋଇଛି । ଜନ୍ମ ଦିନରେ କନ୍ୟାର ପିତା ୨୫୦ ଚାରା ବଣ୍ଟନ କରିବା ସହ ସେହି ଚାରା ଗଛ ଗୁଡିକର ରୋପଣ ଏବଂ ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଖବରରୁ ପ୍ରକାଶ ଗତକାଲି ନରସିଂହପୁର ଗ୍ରାମର ଦେବାଶିକ୍ଷ ନାୟକଙ୍କ କନ୍ୟା ଦେବାଂଶୀଙ୍କ ଜନ୍ମ ଦିନ ପାଳନ ଅବସରରେ ସମାଜସେବୀ ଦିଗମ୍ବର ଦାସ, ସୁରେଶ ମାହୁନ୍ତ, ଗୌରହରି ନାୟକ, ନରହରି ମଲିକ, ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ଏବଂ ଅଂଚଳର ଜଣାଶୁଣା ପରମ ବୈଷ୍ଣବ ପ୍ରେମାନନ୍ଦ ଦାସ ବାବାଜୀ ମହାରାଜ, ପ୍ରକୃତିବନ୍ଧୁ ଶରତ ଦଳେଇ, ମାନ ଗୋବିନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଜନ୍ମ ଦିନ ଅବସରରେ ଦେବାଶିଷ ନାୟକ ୨୫୦ରୁ ଊର୍ଦ୍ଧ୍ଵ ଆମ୍ବ, ପଣସ, ପିଜୁଳି, ସଫେଦା ସମେତ ବହୁ ପ୍ରକାରର ଫଳ ଗଛ ଚାରା ବଣ୍ଟନ କରିଥିଲେ । ଏହି ଚାରା ରୋପଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଜାଲ ବାଉଁଶ  ଆଦି ମଧ୍ୟ ଦାନ କରିଥିଲେ । ଆଗାମୀ ଦିନରେ ସେ ନିଜେ ଏହି ଚାରା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଏହି କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ସେ ବ୍ୟାପକ ଚାରା ରୋପଣ କରିବେ ବୋଲି ପ୍ରତିଶ୍ରୁତି ବଦ୍ଧ ବୋଲି ନିଜର ମତ ରଖିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories