www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀକାକୁଲମ୍‌‌-ଅନୁଗୋଳ ଗ୍ୟାସ ପାଇପଲାଇନ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌‌ଠାରୁ ଓଡ଼ିଶାର ଅନୁଗୋଳ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ୍‌‌ ପାଇପଲାଇନ ବିଛାଯିବ। ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ୍‌‌) ଏହି ପାଇପଲାଇନ ବିଛାଇବ। ଏହି ପ୍ରକଳ୍ପରେ ମୋଟ ୨୬୫୦ କୋଟି ଟଙ୍କା ନିବେଶ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପାଇପଲାଇନ୍‌‌ର ଦୈର୍ଘ୍ୟ ୭୪୫ କିଲୋମିଟର ହେବ ଏବଂ ଏହା ପ୍ରାକୃତିକ ଗ୍ୟାସ ଗ୍ରୀଡ୍‌‌ର ଏକ ଅଂଶବିଶେଷ ଭାବରେ ଆନ୍ଧ୍ର ଏବଂ ଓଡ଼ିଶାର ବିଭିନ୍ନ ଜିଲାରେ ଘରୋଇ ଗ୍ରାହକ, ଶିଳ୍ପ, ବାଣିଜ୍ୟିକ ୟୁନିଟ ଏବଂ ଯାନବାହନ କ୍ଷେତ୍ରକୁ ଚାହିଦା ମୁତାବକ ଗ୍ୟାସ୍‌‌ ଯୋଗାଇଦେବ।
ଏହି ଉପଲକ୍ଷେ ବିଶାଖାପାଟଣାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ସମେତ ଉକ୍ତ ରାଜ୍ୟରେ ମୋଟ ୧୦ ହଜାର ୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories