www.samajalive.in
Saturday, December 13, 2025
14.1 C
Bhubaneswar

ଏସୟୁସିଆଇ ପକ୍ଷରୁ ପାଟଣାରେ ବିକ୍ଷୋଭ ଶୋଭାଯାତ୍ରା 

ପାଟଣା : ଏସୟୁସିଆଇ (କମ୍ୟୁନିଷ୍ଟ)ପାଟଣା ଆଞ୍ଚଳିକ କମିଟି ପକ୍ଷରୁ ପାଠଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ହାତରେ ବ୍ୟାନର ଧରି ବହୁ ସଂଖ୍ୟାରେ ମହିଳା ପୁରୁଷ ଏକ ପଟୁଆରରେ ପାଟଣା ଶିବମନ୍ଦିର ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ବିକ୍ଷୋଭକାରୀମାନେ ପ୍ରତି ପଞ୍ଚାୟତରେ ସରକାରୀ ମଣ୍ଡି ପ୍ରତିଷ୍ଠା, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ କରି ଚାଷୀ ଓ ଭାଗଚାଷୀ ଉଭୟଙ୍କଠାରୁ ବର୍ଷସାରା ସମସ୍ତ କୃଷିଜାତ ଦ୍ରବ୍ୟ କ୍ରୟ, ସାର, ବିହନ, କିଟନାଶକ ଓ କୃଷି ଉପକରଣର ମୂଲ୍ୟ ବୃଦ୍ଧି ବନ୍ଦ କରି ୭୫% ମୂଲ୍ୟରେ ଚାଷୀ ଓ ଭାଗଚାଷୀମାନଙ୍କୁ ଯୋଗାଇଦେବା, ଦଖଲ ଜମିକୁ ଦଖଲଦାରଙ୍କ ନାମରେ ବିନା ସଲାମିରେ ପଟ୍ଟା ଯୋଗାଇ ଦେବା, ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଲ କରିଥିବା ସମସ୍ତ ଜମି ଦଖଲଦାରଙ୍କ ନାମରେ ପଟ୍ଟା ଦେବା, ଜଙ୍ଗଲ ଚତୁଃପାଶ୍ୱର୍ରେ ଗଭିର ଗର୍ତ୍ତ ଖୋଳି ଉପଯୁକ୍ତ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରି ହାତୀ, ବାରହା ଆଦି ବନ୍ୟଜନ୍ତୁଙ୍କ ପାଇଁ ପାଣି ରଖିବା, ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବା, ବ୍ଲକରେ ଆବଶ୍ୟକୀୟ ସରକାରୀ ଶୀତଳଭଣ୍ଡାର ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷୟକ୍ଷତି ହେଉଥିବା ଫସଲର କ୍ଷତିପୂରଣ ବାବଦରେ ୫୦% ଭାଗଚାଷୀମାନଙ୍କୁ ଦେବା, ନିର୍ମାଣାଧୀନ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରି ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦେବା, ଏପର୍ଯ୍ୟନ୍ତ ନଥିଭୁକ୍ତ ହୋଇନଥିବା ବାର୍ଦ୍ଧକ୍ୟ, ବିଧବା ଓ ଅକର୍ମଣ୍ୟ ଲୋକମାନଙ୍କୁ ଭତ୍ତା ଯୋଗାଇ ଦେବା, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦେବା ସହ ଆବଶକୀୟ ଔଷଧ ଯୋଗାଇ ଦେବା ନେଇ ଦାବି କରାଯାଇଛି।ସେହିପରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, କିରୋସିନ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବନ୍ଦ କରିବା ସହିତ ମୁଢ଼ି, ଚୁଡା, କ୍ଷୀର, ଦହି, ଶିଶୁ ଖାଦ୍ୟ ଆଦି ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର, ବିଜୁଳି ଶୁଳ୍କ ବୃଦ୍ଧି, ଘନ ଘନ ବିଦ୍ୟୁତ କାଟ, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ ତଥା ଅନଲାଇନ୍ ପ୍ରିପେଡ୍ ବିଦ୍ୟୁତ ବିଲ୍ ଆଦାୟ ବନ୍ଦ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ୍ ବିଲ୍ ୨୦୨୨କୁ ପ୍ରତ୍ୟାହାର କରିବା, ଜାତୀୟ ଶିକ୍ଷାନୀତି -୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରି ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲିବା ସହିତ ଖାଲିପଡିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀରେ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଆଯିବା। ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା ଅଥବା ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ, ଏମ୍.ଏସ୍.ପି କୁ ଆଇନର ଗ୍ୟାରେଣ୍ଟି ଦେବା ଆଦି ନାରା ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ପାଟଣା ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ ବେଣୁଧର ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ କମ୍ରେଡ ପ୍ରକାଶ ମଲ୍ଲିକ ତାଙ୍କର ବକ୍ତବ୍ୟରେ କେନ୍ଦ୍ରରେ ପ୍ରତିଷ୍ଠିତ ବିଜେପି ଓ ରାଜ୍ୟ ବିଜେଡି ସରକାର ଗୋଟିକ ପରେ ଗୋଟିଏ ଜନବିରୋଧି ନିତୀ ଯୋଗୁଁ ଦେଶରେ ଯେଉଁ ପରିସ୍ଥିତି ଦେଖା ଦେଇଛି ତାକୁ ପ୍ରତିହତ କରିବାକୁ ହେଲେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ, ଚାଷୀ- ମୂଲିଆ ମେହନତି ମଣିଷକୁ ସଚେତନ ଦୀର୍ଘସ୍ଥାୟୀ ଐକ୍ୟବଦ୍ଧ ଆନ୍ଦୋଳନ ଗଢିତୋଳିବାକୁ ଆଗେଇ ଆସିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories