www.samajalive.in
Saturday, December 13, 2025
17.1 C
Bhubaneswar

୨୦୨୩ରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବ ଭାରତୀୟ ମହିଳା କ୍ରିକେଟ ଦଳ

ଜୋହାନର୍ସବର୍ଗ: ମହିଳା ଟ୍ବେଣ୍ଟି୨୦ ବିଶ୍ବକପ -୨୦୨୩ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରି ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣମେଣ୍ଟ ଖେଳିବ । ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ ସହ ଭାରତ ଉକ୍ତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବ। ଉକ୍ତ ଟୁର୍ଣ୍ଣାମେଣ୍ଟ ୨୦୨୩ ଜାନୁଆରୀ ୧୯ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ବୁଫାଲେ​‌ା ପାର୍କ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରତ୍ୟେକ ଦଳ ବିପକ୍ଷ ଦଳ ସହିତ ୨ଟି ଲେଖାଏଁ ମ୍ୟାଚ ଖେଳିବେ। ଦୁଇ ଶ୍ରେଷ୍ଠ ଦଳ ଫାଇନାଲକୁ ଉନ୍ନୀତ ହେବେ। ଟ୍ବେଣ୍ଟି୨୦ ବିଶ୍ବକପ ୨୦୨୩ ଫେବୃଆରୀ ୧୦ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଖେଳାଯିବ।ଟ୍ବେଣ୍ଟି୨୦ ବିଶ୍ବକପ ପ୍ରସ୍ତୁତି ନେଇ ଏହି ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହା ବିଶ୍ବକପ ପ୍ରସ୍ତୁତିରେ ସହାୟକ ହେବ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ନିର୍ଦେଶକ ଇନ୍‌ଚି ନେକ୍‌ୱା କହିଛନ୍ତି। ଉକ୍ତ ଟୁର୍ଣ୍ଣାମେଣ୍ଟ କ୍ରିକେଟ ଦକ୍ଷିଣ ଆଫ୍ରିକା, ବିସିସିଆଇ ଓ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡର ମିଳିତ ସହଯୋଗରେ ଖେଳାଯିବ। ଭାରତ ଜାନୁଆରୀ ୧୯ରେ ଦକ୍ଷିଣ ଆଫ୍ରିକା, ୨୩ରେ ୱେଷ୍ଟଇଣ୍ଡିଜ, ୨୮ରେ ଦକ୍ଷିଣ ଆଫ୍ରିକା, ୩୦ରେ ୱେଷ୍ଟଇଣ୍ଡିଜ୍‌ ସହ ମ୍ୟାଚ ଖେଳିବ। ଫେବୃଆରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍‌ ୨୦୧୬ ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଚମ୍ପିଆନ ହୋଇଥିବାବେଳେ ଭାରତ ୨୦୨୦ରେ ରନର୍ସ ଅପ ହୋଇଥିଲା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories