www.samajalive.in
Monday, December 15, 2025
16.1 C
Bhubaneswar

ଆଦର୍ଶ କଲୋନୀ ଯୋଜନାରେ ସାମିଲ ହେଲା ଚୌଦ୍ୱାରର ୪ ବସ୍ତି

ଚୌଦ୍ୱାର : ସରକାରଙ୍କ ଜାଗା ମିଶନ୍‌ ଜରିଆରେ ସାରାଞ୍ଚଳର ବସ୍ତି ଗୁଡ଼ିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିକରଣ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନର କାର୍ଯ୍ୟକାରିତା, ଲକ୍ଷ୍ୟ ତଥା ନିୟମ ଗୁଡ଼ିକ ସମ୍ପର୍କରେ ବସ୍ତି ବାସିନ୍ଦା ମାନଙ୍କୁ ସଚେତନ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ଉଦ୍‌ବୋଧନକୁ ଚୌଦ୍ୱାରରେ ପ୍ରଦର୍ଶିତ କରାଯାଇଥିଲା । ପୌର ଟାଉନ୍‌ହଲରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବସ୍ତି ବାସିନ୍ଦା ଯୋଗଦେଇ ଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମାହପାତ୍ର, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ଗୋଷ୍ଠି ସଂଯୋଜିକା ବାସନ୍ତୀ ସାହୁ, ସମସ୍ତ ପୌର କାଉନ୍‌ସିଲର ତଥା ପୌର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚୌଦ୍ୱାରରେ ଥିବା ମୋଟ ୧୧ଟି ବସ୍ତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେଦାରେଶ୍ୱର, ଜଗନ୍ନାଥପଡ଼ା, ଲେବର ଟେନାମେଣ୍ଟ କଲୋନୀ, ବିରାଟବଜାର ନିକଟ ଚର୍ଚ୍ଚଗଳି କଲୋନୀ ଆଦି ୪ଟି ବସ୍ତି ଏହି ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇଥିବା ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ ଘୋଷଣା କରିବା ସହିତ ପର୍ଯ୍ୟାୟକ୍ରମେ ଅନ୍ୟ ବସ୍ତି ସବୁକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories