www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ମିଲେଟ ମିଶନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି

ଭୁବନେଶ୍ୱର: ଆମ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଗରିବ ଆଦିବାସୀମାନେ ମୁଖ୍ୟତଃ ମାଣ୍ଡିଆ ଚାଷ କରିଥାନ୍ତି। ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ ଲୋକମାନଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ମିଲେଟ ମିଶନ ଆରମ୍ଭ କରାଯାଇଅଛି। ଓଡ଼ିଶା ମିଲେଟ ମିଶନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ବୋଲି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧକ୍ଷ ଡ. ଲେନିନ ମହାନ୍ତି ପ୍ରକାଶ କରିଛନ୍ତି।
ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପାନ୍ଥନିବାସ ପରିସରରେ ଓଟିଡିସି ଅଧକ୍ଷ ଡ. ମହାନ୍ତିଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ପାଳନ କରାଯାଇଛି। ଏହି ଅବସରରେ ପାନ୍ଥନିବାସ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବଟର ମିଲ୍ଲକ, ସିଙ୍ଗଡ଼ା, ସୁପ, ସିଝା ମଣ୍ଡା, କାକରା, ଇଡଲି, କୁକିଜ୍‌ ଆଦି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା। ଆଗାମୀ ଦିନରେ ଓଟିଡିସିର ସମସ୍ତ ପାନ୍ଥନିବାସରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଉପଲବ୍ଧ କରାଯିବ।
ପ୍ରକାଶଯୋଗ୍ୟ ଯେ ପ୍ରତି ବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ କରିବା ନିମନ୍ତେ ଓଡିଶା ସରକାର ନିଷ୍ପତ୍ତିି ନେଇଥିବା ପରିପ୍ରେକ୍ଷୀରେ ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଆଜି ମାଣ୍ଡିଆ ଦିବସ ପାଳନ କରୁଛି। ଏହି ଅବସରରେ ଓଟିଡିସିର ଜେନେରାଲ ମ୍ୟାନେଜର ଲଗ୍ନଜିତ ରାଉତ, ପାନ୍ଥନିବାସ ମ୍ୟାନେଜର କ୍ଷିତୀଶ କୁମାର ଦାସ, ସେଫ ମନ୍ଦରଧର ସାହୁ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories