www.samajalive.in
Sunday, December 14, 2025
26.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ସୁନାଚେନ୍‍ ଝାମ୍ପିନେଲେ ଦୁର୍ବୁତ୍ତ

ଆଠଗଡ :  ଆଠଗଡ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଦୁର୍ବୁତ୍ତ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇଥିବା ଜଣାପଡିଛି । ଆଠଗଡ ଡାକ୍ତରଖାନାରେ ସେବିକା ଭାବେ କାର୍ଯ୍ୟରତ ସ୍ମୃତିସୁଧା ସିଂହ ପୁରୁଣା ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀବଜାରକୁ କୌଣସି କାମରେ ଆସି ଫେରୁଥିବାବେଳେ ଦିନ ପ୍ରାୟ ୧୨.୩୦ ବେଳେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କଲିକତା ସୁଇଟସ୍‍ ଷ୍ଟଲ ସମ୍ମୁଖରେ ତାଙ୍କ ବେକରୁ ପ୍ରାୟ ୧୩ଗ୍ରାମ ଓଜନର ଏକ ସୁନାଚେନ ଝାମ୍ପିନେଇ ଥାନା ଆଡକୁ ଅତି ଦ୍ରୁତଗତିରେ ଚମ୍ପଟ ମାରିଥିଲେ। ସଂପୃକ୍ତ ସେବିକା ଆଠଗଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଦୁର୍ବୁତ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଦୁଇ ଲୁଟିଆ ସୁନାଚେନ୍‍ ନେବା ପରେ ଅତି ଦ୍ରୁତଗତିରେ ଥାନା ବାଟ ଦେଇ ଜଗନ୍ନାଥ ମନ୍ଦିର ଆଡକୁ ଯାଉଥିବାର ବହୁ ଲୋକ ଦେଖିଛନ୍ତି । ତେବେ ସେମାନେ ଲୁଟ କରିଥିବା କଥା ଜାଣି ନଥିବାରୁ ସେମାନଙ୍କୁ କେହି କଅଟକାଇବାକୁ ଚେଷ୍ଟା କରି ନଥିଲେ । ଗତ ପ୍ରାୟ ୨୦ଦିନ ପୂର୍ବରୁ ଅନୁରୁପ ଭାବେ ପୁଲିସକୁ ଆହ୍ୱାନ ଦେବା ଭଳି ଥାନାଠାରୁ ମାତ୍ର ୧୦୦ମି ଦୂରତା ମଧ୍ୟରେ ଥିବା ରଘୁନାଥ ବଜାରରୁ ଜଣେ ମହିଳାଙ୍କ ବେକରୁ ସୁନାହାର ଛିନତାଇ ହୋଇଥିଲା। ସେହିଦିନ ଖୁଣ୍ଟକଟା ନିକଟ ଅଂଶୁପା ଛକ ପାଖରେ ମଧ୍ୟ ଅନ୍ୟଜଣେ ମହିଳାଙ୍କ ବେକରୁ ସୁନାହାର ଓ ଭ୍ୟାନିଟ ବ୍ୟାଗ ଲୁଟ ହୋଇଥିଲା । ପୁଲିସ କୌଣସି ଗୋଟିଏ ବି ଘଟଣାର ପର୍ଦ୍ଦାଫାଶ କରିବା କିମ୍ବା ଦୁର୍ବୁତ୍ତଙ୍କୁ ଧରିବାରେ ସକ୍ଷମ ହେଉନଥିବାରୁ ଭୟଭୀତ ଅବସ୍ଥାରେ ରହୁଥିବା ଆଠଗଡବାସୀ ପୁଲିସ ଉପରୁ ଆସ୍ଥା ତୁଟାଇ ଦେଲେଣି। ଆଠଗଡ ବଜାରରେ ଅନେକ ଦୋକାନରେ ସିସିଟିଭି ଲାଗିଥିବାରୁ ସେଗୁଡିକୁ ଯାଞ୍ଚ କରି ପୁଲିସ ଲୁଟିଆଙ୍କୁ ଧରିବାକୁ ଆନ୍ତରିକ ଉଦ୍ୟମ କରିବା ପାଇଁ ଦାବି ହେଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories