www.samajalive.in
Friday, December 5, 2025
20.1 C
Bhubaneswar

କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟ ହେବ ନିଶାମୁକ୍ତ

ଭୁବନେଶ୍ୱର:ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସ୍ୱାଭିମାନ ସଂକଳ୍ପ ସମାବେଶରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ଶତକଡା ୩୩ ସଂରକ୍ଷଣ ଦେବାକୁ ଦାବି କରାଯାଇଛି। କଂଗ୍ରେସ ଭବନ ପରିସରରେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱାଭିମାନ ସଂକଳ୍ପ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ମହିଳାମାନେ ଅସୁରକ୍ଷିତ। ଦିନକୁ ଦିନ ମହିଳାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିବା ବେଳେ ସରକାର ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆସନ୍ତା ନିର୍ବାଚନବେଳେ ଯେଉଁ ମହିଳା ନେତ୍ରୀଙ୍କ ସାଂଗଠନିକ ଦକ୍ଷତା ଓ ଲୋପ୍ରିୟତା ରହିଥିବ ସେମାନଙ୍କୁ ନିର୍ବାଚନ ଲଢିବାର ସୁଯୋଗ ମିଳିବ। ଅଖିଳ ଭାରତ ମହିଳା କଂଗ୍ରେସ କମିଟି (ଏଆଇଏମ୍‍ସି)ର ସଂପାଦକ ତଥା ଓଡିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଉଦ୍‍ଘାଟକ ରୂପେ ଯୋଗଦେଇ କହିଛନ୍ତି ଯେ ସମାଜର ମୁଖ୍ୟସ୍ରୋତରେ ମହିଳାଙ୍କୁ ସାମିଲ କରିବାପାଇଁ ଦଳ ସବୁବେଳେ ପ୍ରୟାସ କରି ଆସିଛି। ମହିଳା ଶକ୍ତିକୁ ଜାଗ୍ରତ କରିପାରିଲେ କେବଳ ଯେ ଓଡ଼ିଶା ତାହା ନୁହେଁ ସମଗ୍ର ଦେଶରେ ମହିଳା ସବୁକ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିପାରିବେ ବୋଲି ଶ୍ରୀମତୀ ସାୱାଲାଖେ କହିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ମହିଳା ସମାଜକୁ ଆହ୍ୱାନ ଦେଇ କହିଥିଲେ ଯେ ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାକୁ ସଂପୂର୍ଣ୍ଣ ରୂପେ ନିଶାମୁକ୍ତ କରାଯିବ ବୋଲି ଶ୍ରୀମତୀ ଜେନା କହିଥିଲେ। ସଂପ୍ରତି ରାଜ୍ୟ ଓ ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧ, ଧର୍ଷଣ, ନାବାଳିକା ବଳାତ୍କାର, ଯୌନ ଶୋଷଣ, ପାରିବାରିକ ହିଂସା ଓ ଅପରାଧ, ସ୍ୱାସ୍ଥ୍ୟ, ନିଶାମୁକ୍ତ ଓଡିଶା ଓ ଭାରତ, ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଏବଂ ତୈଳଜାତ ଦ୍ରବ୍ୟ ଯଥା ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି କରିବାରେ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶରତ ପଟ୍ଟନାୟକ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁଶୀଳା ତିରିଆ, ବିଜୟଲକ୍ଷ୍ମୀ ସାହୁ, ରତ୍ନମଣି ଉଲାକା, ସ୍ୱାଧୀନବାଳା ଦାସ, ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories