www.samajalive.in
Monday, December 8, 2025
13.1 C
Bhubaneswar

ସଲମାନଙ୍କ ସହ ଫିଲ୍ମରେ ନଜର ଆସିବେ ତାଙ୍କ ଦୁଇ ଭାଇ, ଅରବାଜ କଲେ ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ତାଙ୍କ ମଝିଆ ଭାଇ ଅରବାଜ ଖାନଙ୍କ ସହ ‘ପ୍ୟାର କିଆ କୋ ଡରନା କ୍ୟା’, ‘ଗର୍ବ’ ଓ ‘ଦବଙ୍ଗ’ ଭଳି ହିଟ୍‌ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିସହ ସାନ ଭାଇ ସୋହେଲ ଖାନଙ୍କ ସହ ମଧ୍ୟ ସେ ‘ମୈନେ ପ୍ୟାର କ୍ୟୁଁ କିଆ’ ଓ ‘ବୀର’ ଆଦି ଚଳଚ୍ଚିତ୍ର କରିଛନ୍ତି। କିନ୍ତୁ ତିନି ଭାଇ କେବେ ଏକାଠି ବଡ଼ ପରଦାରେ ନଜର ଆସି ନାହାନ୍ତି। ସଲମାନ ପ୍ରଶଂସକଙ୍କର ଏହା ଦୀର୍ଘ ଦିନର ସ୍ବପ୍ନ ଯେ, ‘ଦବଙ୍ଗ’ ଷ୍ଟାର ତାଙ୍କ ଦୁଇ ଭାଇ ଅରବାଜ ଓ ସୋହେଲ ଖାନଙ୍କ ସହ ଫିଲ୍ମ କରନ୍ତୁ। ଆଉ ଏବେ ଲାଗୁଛି ପ୍ରଶଂସକଙ୍କ ଏହି ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି। ଅରବାଜ ଖାନ ନିକଟରେ ଏକ ସାକ୍ଷାତକାରରେ ଏପରି କିଛି କହିଛନ୍ତି ଯାହା ଜଣାଉଛି ଯେ, ତିନି ଭାଇଙ୍କୁ ଖୁୁବଶୀଘ୍ର ଏକାଠି ବଡ଼ ପରଦାରେ ଦେଖିବାକୁ ମିଳିବ।

ସାକ୍ଷାତକାରରେ ଅରବାଜ କହିଛନ୍ତି ଯେ, ତିନି ଭାଇ ପରଦାରେ ଏକାଠି ନଜର ଆସିବାର ସୁଯୋଗ ଆଉ ବେଶୀ ଦୂର ନୁହେଁ। ସେ କହିଛନ୍ତି, ‘ହଁ ଏପରି ହେବାର ଏକ ବଡ଼ ସମ୍ଭାବନା ରହିଛି। ଯେତେବେଳେ ଏଭଳି ସୁଯୋଗ ଆସିବ ଆମେ ଏହାକୁ ଯିବାକୁ ଦେବୁନି। କଥା କେବଳ ଏତିକି ଯେ, ବର୍ତ୍ତମାନ ଆମେ ସବୁ ନିଜ ନିଜ କାମରେ ବ୍ୟସ୍ତ ଅଛୁ। କିନ୍ତୁ ସମୟ ନିଶ୍ଚିତ ଆସିବ ଯେତେବେଳେ ସୋହେଲ, ସଲମାନ ଓ ମୁଁ ପରଦାରେ ଏକାଠି ନଜର ଆସିବୁ ଏବଂ ଏଥିପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା ଖୁବ ଶୀଘ୍ର ହେବାକୁ ଯାଉଛି।’’

- Advertisement -

 

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories