www.samajalive.in
Sunday, December 14, 2025
15.1 C
Bhubaneswar

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହତ୍ୟା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ଖକସୀ ଗାଁରେ ଜଣେ ଯୁବକଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବେଳେ ଦୁଇଦିନ ପରେ ପୁଲିସ ଦ୍ବାରା ମୃତଦେହ ଜବତ କରାଯାଇଛି।

ସୂଚନାନୁଯାୟୀ, ଲାଞ୍ଜି ଗ୍ରାମପଞ୍ଚାୟତ ଖକସୀ ଗାଁର ସନ ମାଝୀ(୨୩) ନାମକ ଜଣେ ବାପା ମାଆ ଛେଉଣ୍ଡ ଯୁବକ ନିଜ କାକା ଜାଉ ମାଝୀଙ୍କ ଘରେ ରହି ଆସୁଥିଲା। ତେବେ ଶନିବାର ସନ୍ଧ୍ୟାରେ ସେ ଖାଇପିଇ ନିଜ ରହୁଥିବା କୋଠରୀରେ ଶୋଇବାକୁ ଯାଇଥିବାବେଳେ ରବିବାର ଦିନ ୧୦ଟା ଯାଏଁ ଘରୁ ନବାହାରିବାରୁ ତାର କାକୀ ନିଅଁକାଠି ମାଝୀ ପୁତୁରାର ଶୋଇବା କୋଠରୀକୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ପୁତୁରାର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ସେ ପାଟି କରି ନିଜ ସ୍ବାମୀ ଜାଉ ମାଝୀଙ୍କୁ ଡାକିବାରୁ ସେ ଯାଇ ଦେଖିବା ବେଳକୁ ସନମାଝୀଙ୍କ ମୃତ୍ୟୁ ଘଟି ସାରିଥିଲା। ଏହାପରେ ସନମାଝୀର ବିବାହିତ ତିନି ଭଉଣୀ ଭାଇର ମୃତ୍ୟୁ ଖବର ପାଇ ଖକସୀ ଗାଁକୁ ଆସିବା ସହିତ ପୁଲିସରେ ମାମଲା ଦାୟର କରିବାକୁ କାକା ଜାଉ ମାଝୀଙ୍କୁ କହିଥିଲେ। ଝିଆରୀମାନେ କହିବା ପରେ ରବିବାର ରାତିରେ ଜାଉ ମାଝୀ ପୁତୁରାର ମୃତ୍ୟୁକୁ ନେଇ ବିଶ୍ବନାଥପୁର ଥାନାରେ ଅଭିଯୋଗ କରିବା ପରେ ସୋମବାର ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ୍ ଟିମ୍‌ର ବୀର ସାହୁ, ସନ୍ଧାନୀ କୁକୁର ପିଙ୍ଗୋ ଏବଂ ଡଗ ମାଷ୍ଟର ଚନ୍ଦ୍ରମଣି ସାହୁଙ୍କ ସହିତ ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ଗୁରୁତ୍ବ ଦୃଷ୍ଟିରୁ କେସିଙ୍ଗା ଏସଡିପିଓ ଅଭିନବ ସୋନକର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏନେଇ ବିଶ୍ବନାଥପୁର ପୁଲିସ ପକ୍ଷରୁ କେସ୍ ନଂ ୭୭/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଲାଞ୍ଜିଗଡ଼ରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ ତଦନ୍ତ ଜାରି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାରୀର ପତ୍ତା ମିଳିନାହିଁ। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories