www.samajalive.in
Saturday, December 6, 2025
23.1 C
Bhubaneswar

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଙ୍ଗନା

ଗୌହାଟୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି। ନିଜ ଆଗାମୀ ଚଳଚ୍ଚିତ୍ର ‘ଇମରଜେନ୍ସୀ’ର ଶୁଟିଂ ପାଇଁ ସ୍ଥାନ ନିରୂପଣ କରିବାକୁ ଆସାମ ଯାଇଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘‘ଆମେ ଶୀଘ୍ର ଆସାମର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ କରିବାକୁ ଯାଉଛୁ, ଏଥିପାଇଁ ସେ(ମୁଖ୍ୟମନ୍ତ୍ରୀ) ଆମ ଦଳ ପ୍ରତି ସମର୍ଥନ ଜଣାଇଛନ୍ତି। ତାଙ୍କ ସମର୍ଥନ ଏବଂ ପ୍ରୋତ୍ସାହନ ପାଇ ମୁଁ ଗର୍ବିତ। ଧନ୍ୟବାଦ ମହାଶୟ।’’

ଗତ ଏକ ସପ୍ତାହ ହେବ କଙ୍ଗନା ଆସାମରେ ଚଳଚ୍ଚିତ୍ରର ଶୁଟିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଥିଲେ। ଏହି ସମୟରେ ସେ କାଜିରଙ୍ଗା ଓ କାର୍ବି ଆଙ୍ଗଲୋଙ୍ଗ ମଧ୍ୟ ଯାଇଥିଲେ। କଙ୍ଗନା କହିଛନ୍ତି, ଖୁବଶୀଘ୍ର ସେ ଆସାମରେ ନିଜ ଫିଲ୍ମ ‘ଇମରଜେନ୍ସୀ’ର ଶୁଟିଂ ଆରମ୍ଭ କରିବେ। ବିମାନବନ୍ଦରରେ ସେ କହିଛନ୍ତି, ମୁଁ ଅନେକ ଥର ଆସାମ ଆସିଛି। ଶୁଟିଂ ପାଇଁ ଏହା ଏକ ସୁନ୍ଦର ସ୍ଥାନ। ମୁଁ ମୋର ପୁରା ଚଳଚ୍ଚିତ୍ର ନିର୍ମାଣ ଦଳ ସହ ଶୁଟିଂ କରିବାକୁ ଶୀଘ୍ର ଆସିବି। ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଫିଲ୍ମ ‘ଇମରଜେନ୍ସୀ’ର ରଚନା ସହ ନିର୍ଦ୍ଦେଶନା ମଧ୍ୟ କଙ୍ଗନା ରାଣାୱତ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ।

- Advertisement -

ଆସାମରେ ଫିଲ୍ମର ଶୁଟିଂ ପାଇଁ ସ୍ଥାନ ଚୟନ କରିଥିବାରୁ ଶର୍ମା ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ମୋ କାର୍ଯ୍ୟାଳୟରେ ଅଭିନେତ୍ରୀ, ଲେଖିକା ତଥା ଚଳଚ୍ଚିତ୍ର ନିର୍ମାତା କଙ୍ଗନା ରାଣାୱତ ଜୀଙ୍କୁ ଭେଟି ଖୁସି ଲାଗିଲା। ମୁଁ ଖୁସି ଯେ, ସେ ଆସାମରେ ତାଙ୍କର ଗୋଟିଏ ଫିଲ୍ମର ଶୁଟିଂ କରିବେ। ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି ଏବଂ ଚଳଚ୍ଚିତ୍ର ନିର୍ମାଣ ପାଇଁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ବାସନା ଦେଲି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories