www.samajalive.in
Sunday, December 14, 2025
14.1 C
Bhubaneswar

ବିଜେପି ପାଳିଲା ବିଜୟ ଉତ୍ସବ

ଫୁଲବାଣୀ: ଧାମନଗର ଠାରେ ବିଜେପିର ବିଜୟ ଘୋଷଣା ପରେ କନ୍ଧମାଳ ଜିଲାରେ ବିଜେପି ଦଳ ପାଳନ କରିଛି ଏହାର ବିଜୟ ଉତ୍ସବ। ଆଜି ରାତ୍ରରେ ଫୁଲବାଣୀ ଠାରେ ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତି , କାଉନସିଲର ରମେଶ ମହାନ୍ତିଙ୍କ ସମେତ ସମସ୍ତ ବିଜେପି କାଉନସିଲର, ବହୁ ଯୁବନେତା , ମହିଳାନେତ୍ରୀ ଓ ଅନ୍ୟମାନେ ସାମିଲ୍‌‌ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଆତସବାଜି ଫୁଟାଇବା ସହିତ ରାସ୍ତାରେ ଯାଉଥିବା ଲୋକଙ୍କୁ ମିଠା ବାଣ୍ଟିଥିଲେ। ସେହିଭଳି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଠାରେ ଧାମନଗର ଯୁବ ବିଧାୟକ ସୂର୍ୟ୍ୟବଂଶୀ ସୁରଜ୍ ଙ୍କ ବିଜୟ ପରେ ଫିରିଙ୍ଗିଆ ବିଜେପି ଯୁବମୋର୍ଚ୍ଚା ତରଫରୁ ବିଜୟ ଉତ୍ସବ ପାଳନ କରାଗଲା । ଏଥିରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର , ସମ୍ପାଦକ ଗୌତମ ମଲିକ , ଯୁବମୋର୍ଚ୍ଚା ଫିରିଙ୍ଗିଆ ମଣ୍ଡଳ ସଭାପତି ସୁଶିଲ କହଁର , ନୂଆ ପଦର୍ ମଣ୍ଡଳ ସଭାପତି ବିରେନ୍ଦ୍ର କହଁର ସଂପାଦକ ଅକ୍ଷୟ କଟା ସଞ୍ଜୟ ଦିଗାଲ କଂସ ଦେବ ସହୁ ରମେଶ ପାଢ଼ୀ ଏବଂ ଯୁବ କାର୍ୟ୍ୟ କର୍ତ୍ତା ସାମିଲ ଥିଲେ । ବାଣ ଫୁଟାଇ, ମିଠା ବାଣ୍ଟି ଏହି ବିଜୟ ଉତ୍ସବ ପାଳନ କରିଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories