www.samajalive.in
Saturday, December 13, 2025
26.1 C
Bhubaneswar

ମାଲ ପରିବହନରେ ରେକର୍ଡ : ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପାରାଦୀପ ବନ୍ଦର ଦ୍ୱିତୀୟ

• ପାରାଦୀପ ବନ୍ଦରର ଉପଲବ୍ଧି ହାସଲ କରିଥିବାରୁ ଆଗାମୀ ଦିନରେ ଏହା ଜାରୀ ରହିବ

- Advertisement -

• ବୋଲି ଆଶା ବ୍ୟକ୍ତ କଲେ ଶ୍ରୀ ପ୍ରଧାନ ପାରାଦୀପ ବନ୍ଦରକୁ ପୂର୍ବ ଭାରତର ବିକାଶର ପେଣ୍ଠ ସ୍ଥଳୀ ଭାବେ ପରିଣତ କରିବାକୁ

• ଭିତିଭୂମିର ଆବଶ୍ୟକତା ବିକାଶ ସହ ଆନୁଷଙ୍ଗିକ ଆବଶ୍ୟକତାକୁ ନେଇ କଲେ ସମୀକ୍ଷା

ଭୁବନେଶ୍ୱର/ନୂଆଦିଲ୍ଲୀ : ୨୦୧୭-୧୮ରେ ରେକର୍ଡ ୧୦୦ ଏମଏମଟି ମାଲ ପରିବହନ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ତାଙ୍କର ଟିମକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପାରାଦୀପ ବନ୍ଦର ଦ୍ୱିତୀୟ ହୋଇ ପାରିଛି। ନୂଆ ଦିଲ୍ଲୀ ଠାରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ତାଙ୍କୁ ସାକ୍ଷାତ କରିବା ଅବସରରେ ଶ୍ରୀ ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ସଡକ ପରିବହନ, ଜଳ ସମ୍ପଦ, ଶିପିଂ ମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ ପାରାଦୀପ ବନ୍ଦର ଏହି ଉପଲବ୍ଧି ହାସଲ କରିଥିବାରୁ ଆଗାମୀ ଦିନରେ ଏହା ଜାରୀ ରହିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ପାରାଦୀପ ବନ୍ଦର ୫୦ ପ୍ରତିଶତରୁ ଉର୍ଧ ଅଭିବୃଦ୍ଧି ହାସଲ କରିଛି। ୨୦୧୩-୧୪ରେ ପାରାଦୀପ ବନ୍ଦରର ୬୮ ଏମଏମଟି ମାଲ ପରିବହନ କରିଥିବା ବେଳେ ୨୦୧୭-୧୮ରେ ୧୦୩ ଏମଏମଟି ମାଲ ପରିବହନ କରି ପାରିଛି। ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶକୁ ନେଇ ପୂର୍ବୋଦୟ ଭିଜନ ପାଇଁ ପାରାଦୀପ ବନ୍ଦର ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପାରାଦୀପ ବନ୍ଦରର ଭିତିଭୂମିକୁ ନେଇ ସମୀକ୍ଷା କରିଥିଲେ। ପାରାଦୀପ ବନ୍ଦରକୁ ପୂର୍ବ ଭାରତର ବିକାଶର ପେଣ୍ଠ ସ୍ଥଳୀ ଭାବେ ପରିଣତ କରିବାକୁ ନିମ୍ନ ଲିଖିତ ଭିତିଭୂମିର ଆବଶ୍ୟକତା ବିକାଶ ସହ ଆନୁଷଙ୍ଗିକ ଆବଶ୍ୟକତାକୁ ନେଇ ସମୀକ୍ଷା କରିଥିଲେ। ଏହି ଅବସରରେ ଡୁବୁରୀ ଠାରୁ ପାରାଦୀପ ବନ୍ଦର ଯାଏ ଜାତୀୟ ରାଜପଥକୁ ଆଠ ଲେନ ବିଶିଷ୍ଟ କରିବା ସହ ପାରାଦୀପ- ହରିଦାସପୁର ରେଳବାଇ ପ୍ରକଳ୍ପକୁ ଶୀଘ୍ର କରିବା, ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଓ ଅତ୍ୟାଧୁନିକ ଗୋଦାମ ସୁବିଧା, ପାରାଦୀପରେ ବିମାନ ବନ୍ଦରର ସୁବିଧା ରହିବା ଓ ପାରାଦୀପରେ ଜଳ ସଂକଟର ସମାଧାନ ପାଇଁ ଡିସାଲାଇନେସନ ପ୍ଲାଂଟର ବ୍ୟବସ୍ଥା ରହିବାକୁ କୁ ନେଇ ସମୀକ୍ଷା ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories