ଏପ୍ରିଲ୍‌ ୮ରେ ଜେଇଇ ମେନ୍‌

0

ଭୁବନେଶ୍ୱର  : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଜେଇଇ ମେନ୍‌ ଏବଂ ଜେଇଇ ଆଡ୍‌ଭାନ୍ସଡ୍‌ ୨୦୧୮ ପରୀକ୍ଷା କରାଯିବ। ଜେଇଇ ମେନ୍‌ ୨୦୧୮ ଅଫ୍‌ ଲାଇନ୍‌ ପରୀକ୍ଷା ଏପ୍ରିଲ୍‌ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ୧୧୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ଅନ୍‌ଲାଇନ୍‌ ଜେଇଇ ମେନ୍‌ ପରୀକ୍ଷା ପାଇଁ ବିଦେଶ ଓ ଦେଶର ୨୫୮ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ସାରା ଦେଶରୁ ୧୨, ୪୮, ୭୩୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୬,୭୮୯ ରହିଛି।

Leave A Reply