ବେଗୁନିଆ: ବେଗୁନିଆ ବ୍ଲକ ଅଧିନସ୍ଥ ସିକୋରେ ଥିବା ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟତ୍ରି କବିତା ଦତ୍ତ ସଭାପତିତ୍ୱ କରିଥିବା ବେଳେ ପ୍ରିୟରଞ୍ଜନ, ସ୍ମୃତି ସୌରଭ ସାହୁ, ଅନୀଲ କେରକେଟା, କିଶୋର ବେହେରା, ଗୀତାଞ୍ଜଳି ମିଶ୍ର ଏବଂ ପ୍ରଶାନ୍ତ ମାନସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅଞ୍ଜଳୀ ରାଉତରାୟ, ପଦ୍ମାବତୀ ବଳିଆରସିଂହ, ଶୁଭଲଷ୍ମୀ ସାହୁ, ସୁତପା ସାହୁ, ସୁଭଦ୍ରା ପଣ୍ଡା, ମାମାଲି ପରମାଣିକ ଏବଂ ସୁଜାତା ପଲେଇଙ୍କୁ ଭାଷଣ ଏବଂ ଚିତ୍ରାଙ୍କନ ପାଇଁ ପୁରସ୍କୃତ କରାଯାଇଥିଲା। ହିମାଂଶୁ ଶେଖର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଶେଷରେ ପ୍ରଭାସିନୀ କର ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



