କାନାଡାରେ ସମ୍ବଲପୁରୀ ଫେସନ ସୋ
ସମ୍ବଲପୁର : କାନାଡାର ଟରାନ୍ଟୋ ସହରରେ ସମ୍ବଲପୁରୀ ଫେସନ ସୋ ଆୟୋଜିତ ହୋଇଯାଇଛି । ବିଗତ ୩୦ ତାରିଖରେ କାନାଡା ଓଡିଶା ସୋସାଇଟୀ ଅଫ ଆମେରିକା (କେନୋସା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କାନାଡାରେ ଜନ୍ମିତ ଭାରତୀୟ ଶିଶୁ ଓ ବାଳକ ବାଳିକା ମାନେ ଅଂଶ ଗ୍ରହଣ କରି ଫେସନ ସୋରେ ସାମିଲ ହୋଇଥିଲେ ।
ଏହି ଅବସରରେ ସମ୍ବଲପୁରୀ ନୃତ୍ୟ, ଗୀତର ଆୟୋଜନ ସହିତ ପ୍ରଜ୍ଞା ଦାଶ ଫେସନ ସୋକୁ କୋରିଓଗ୍ରାଫ କରିଥିଲେ । ସମ୍ବଲପୁରର ‘ସମ୍ବଳିକା’ ଫେସନ ଡିଜାଇନର ସମୀତ କର ଫେସନ ସୋ ପାଇଁ ସ୍ୱତନ୍ତ୍ର ସମ୍ବଲପୁରୀ ପୋଷାକ ଡିଜାଇନ କରି କାନାଡାକୁ ପ୍ରେରଣ କରିଥିଲେ, ଯାହା ଉଚ୍ଚ ପ୍ରଶଂସିତ ହୋଇଥିଲା । ବର୍ଷା ପ୍ରିୟଦର୍ଶିନୀ ମିଶ୍ର ଓ ଜ୍ୟୋତ୍ସ୍ନା ପୁରୋହିତଙ୍କ ସଂଯୋଜନା ଓ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ନମିଶ ପାଣିଗ୍ରାହୀ, ସୁନ୍ଦରଗଡର ୟଶିକା ପୁରୋହିତ, ଅନାୟାରା ପୁରୋହିତ, ଧ୍ରୁବ ପଟେଲ, ସମ୍ରତା ଦାସ, ଆଶ୍ରୟା ମିଶ୍ର, ମିଶିକା ମହାନ୍ତି, ଅୟାଂଶ ପଣ୍ଡା, ଦେବାଙ୍ଗୀ ନନ୍ଦ, ଶୁତି ସିଂ, ଶିଭମ ବେହେରା, ତନଭୀ ରାଓ, ପ୍ରିୟାଂଶୀ ସାହୁ, ସାନଭୀ ନାୟକ, ଅଦ୍ୱିକ ରାଉତ, ଆରାଧ୍ୟା ନାୟକ, ମେଧାଂଶ ମିଶ୍ର ଓ ପ୍ରତିକ୍ଷା ପାଣିଗ୍ରାହୀ ପ୍ରମୁଖ ସମ୍ବଲପୁରୀ ପୋଷାକ ପରିଧାନ କରି ରାମ୍ପରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ନିୟମିତ ବିଭିନ୍ନ ଓଡିଆ ସଂସ୍କୃତିର ପ୍ରଚାର ନିମନ୍ତେ ପର୍ବପର୍ବାଣି ଆଦି ଆୟୋଜିତ ହେଉଥିବା ବେଳେ ପ୍ରଥମ ଥର ପାଇଁ କାନାଡାର ଟରାନ୍ଟୋ ସହରରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Comments are closed.