www.samajalive.in
Saturday, December 13, 2025
18.1 C
Bhubaneswar

ଫଳ ପ୍ରକାଶନର ଅଢେଇ ମାସ ପରେ ମଧ୍ୟ ମିଳୁନି ଅରଜିନାଲ ମାର୍କସିଟ

ଗୋପାଳପୁର: ଅଗଷ୍ଟ ୧୬ ଓ ଅଗଷ୍ଟ ୧୭ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଏବଂ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟ ମାନଙ୍କ ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏହା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ହେବାର ଅଢେଇ ମାସ ବିତିବାକୁ ବସିଥିବା ବେଳେ ଆଜି ଯାଏଁ ବିଦ୍ୟାର୍ଥୀ ମାନେ ନିଜର ଅରଜିନାଲ ମାର୍କ ସିଟ ପାଇ ପାରିନାହାନ୍ତି। ଯଦ୍ୱାରା ଅନେକ ବିଦ୍ୟାର୍ଥୀ ଉଚ୍ଚଶିକ୍ଷାରେ ନାମ ଲେଖା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୧୯-୨୨ ଶିକ୍ଷା ବର୍ଷରେ ଯୁକ୍ତ ତିନି କଳାରେ ୧୩୫୫୮ଜଣ ବିଦ୍ୟାର୍ଥୀଙ୍କ ସମେତ ବାଣିଜ୍ୟରେ ୯୪୩ ଓ ବିଜ୍ଞାନରେ ୫୩୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ଏହା ମଧ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ରେ‌ ପିଜି ନାମଲେଖା ସରି ଯାଇଥିବା ବେଳେ ବିଦ୍ୟାର୍ଥୀ ମାନେ ବିଶ୍ଵବିଦ୍ୟାଳୟ ଓ୍ବେବ ସାଇଟରୁ ଡାଉନଲୋଡ କରିଥିବା ମାର୍କ ସିଟ ଦେଇ ନାମ ଲେଖାଇ ଥିବା ବେଳେ ଅନ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ବିଦ୍ୟାର୍ଥୀ ମାନେ ଅରଜିନାଲ ମାର୍କ ସିଟ ନଥିବାରୁ ନାମ ଲେଖାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ ସୁରେନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗ୍ରେଡ ଲିଷ୍ଟ ଆକାରରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାରୁ ପୂର୍ବରୁ ବିଶ୍ବବିଦ୍ୟାଳୟ ବ୍ୟବହାର କରୁଥିବା ମାର୍କ ସିଟ ଫରମାଟରେ ପରିବର୍ତ୍ତନ ହୋଇଛି। ଏଣୁ ବିଦ୍ୟାର୍ଥୀଙ୍କୁ ମାର୍କ ସିଟ ଦେବାରେ ବିଳମ୍ବ ଘଟିଛି। ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ମାର୍କ ସିଟ ଯୋଗାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯିବା ନିମନ୍ତେ ସ୍ଥିର କରାଯାଇଥିବା ବେଳେ ଏହି ପ୍ରକିୟା ସରିଲେ ବିଦ୍ୟାର୍ଥୀଙ୍କୁ ତୁରନ୍ତ ମାର୍କ ସିଟ ଦେଇ ଦିଆଯିବ ବୋଲି କହିଥିଲେ। ଏଣୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟାର୍ଥୀ ମାନଙ୍କୁ ନିଜର ଅରଜିନାଲ ମାର୍କ ସିଟ ପ୍ରଦାନ କରିବାକୁ ଅଭିଭାବକ ମାନେ ଦାବି ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories