www.samajalive.in
Saturday, December 13, 2025
26.1 C
Bhubaneswar

ଯୁବ ରେଡକ୍ରସର ଦିଗଦର୍ଶନ କାର୍ଯ୍ୟକ୍ରମ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ନୂତନ ସ୍ବେଛାସେବୀମାନଙ୍କ ନିମନ୍ତେ ଦିଗଦର୍ଶନ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସର ପରାମର୍ଶଦାତା ଅଧ୍ୟାପକ ସନ୍ତୋଷ କୁମାର ସେନାପତିଙ୍କ ସଂଯୋଜନାରେ ଆୟୋଜିତ ସ୍ବତନ୍ତ୍ର ସଭାରେ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିବା ସହ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡକ୍ରସ୍ ଆବାହକ ତଥା ସଂପାଦକ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ବିକାଶ ଚନ୍ଦ୍ର ବେହେରା ଯୋଗ ଦେଇ ରେଡକ୍ରସର ମହାନ ଆଦର୍ଶକୁ ପାଳନ କରି ଜଣେ ମାନବରୁ କିପରି ମହାମାନବରେ ପରିଣତ ହୁଏ ଓ ଆମେ ମରିବି ଅମର ରହିପାରିବାକୁ ନେ଼ଇ ସୁନ୍ଦର ବ୍ୟକ୍ତବ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ରେଡକ୍ରସ ସଂଯୋଜକ ଏସ. ଏମ. ଆର୍ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ଯୋଗଦେଇ ରେଡକ୍ରସ ମାଧ୍ୟମରେ କିପରି ଅନ୍ୟର ହୃଦୟକୁ ଜୟ କରାଯାଇପାରିବା ସହ ହର ଘର୍ ତ୍ରିରଙ୍ଗା ପରି ହର୍ ଘର୍ ରକ୍ତଦାତା ମନୋବୃତ୍ତି ସୃଷ୍ଟି କରାଯାଇ ପାରିବା ସମ୍ୱନ୍ଧରେ ମତ ରଖିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଶ୍ରୀ ସେନାପତି ସମସ୍ତ ଅତିଥି ଓ ନବାଗତ ସ୍ୱେଚ୍ଛାସେବୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରେଡକ୍ରସ୍ ର ଜନ୍ମ, ଇତିହାସ ଓ ଏହାର ମୌଳିକ ନୀତି ସମ୍ପର୍କରେ ଅବଗତ କରାଇଥିଲେ। ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଯେ ଅନ୍ୟର ହୃଦୟକୁ ଜିତାଯାଇପାରିବ ଏହି ଲକ୍ଷ୍ୟ ନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ବିଭିନ୍ନ ପ୍ରତିଭାମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ସ୍ବେଚ୍ଛାସେବୀ ପ୍ରିୟଙ୍କା ନାଏକ, ଜୟସ୍ମିତା ନାଏକ, ସ୍ୱାଗତିକା ମହାନ୍ତ, ସୁଭଦ୍ରା ନାଏକ, ରାଜଶ୍ରୀ ନାଏକ, ସନ୍ତୋଷି ମହାନ୍ତ ଓ ପ୍ରଦୀପ କୁମାର ମୁଣ୍ଡାଙ୍କ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଉକ୍ତ କାର୍ଯ୍ୟକ୍ରମକୁ କର୍ମଚାରୀ ଦଶରଥ ସାହୁ, ଯଯାତି ସାହୁ, ମିତ୍ରଭାନୁ ମହାନ୍ତ, କାହ୍ନୁ ଚରଣ ପଲେଇ, ସନ୍ଦୀପ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସମରେନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories