www.samajalive.in
Sunday, December 14, 2025
15.1 C
Bhubaneswar

ଯଶୁଆପୁର ସରପଞ୍ଚ ଉପନିର୍ବାଚନରେ ୭୪.୨୯ ପ୍ରତିଶତ ମତଦାନ

ପିପିଲି:ପିପିଲି ବ୍ଲକ ଅନ୍ତର୍ଗତ ଯଶୁଆପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆଜି ଶାନ୍ତି ଶୃଙ୍ଖଳାର ସହ ଭୋଟ୍‍ ଗ୍ରହଣ ଶେଷ ହୋଇଥିବା ବେଳେ ଏଥିରେ ୭୪.୨୯ ପ୍ରତିଶତ ମତଦାନ ହୋଇଛି । ଏହି ପଞ୍ଚାୟତର ୧୫ଟି ୱାର୍ଡରେ ୨୯୬୩ ପୁରୁଷ ଓ ୨୭୯୦ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୫୭୫୩ ଜଣ ଭୋଟରଙ୍କ ମଧ୍ୟରୁ ଆଜି ୨୨୫୧ ଜଣ ପୁରୁଷ ଓ ୨୦୨୩ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୪୨୭୪ଜଣ ଭୋଟର ମତଦାନ କରିଥିଲେ । ପୁରୁଷ ଭୋଟରଙ୍କ ମତଦାନ ହାର ୭୬ ପ୍ରତିଶତ ଥିବା ବେଳେ ମହିଳା ଭୋଟରଙ୍କ ମତଦାନ ହାର ୭୩ ପ୍ରତିଶତ ହୋଇଥିବା ସଂପର୍କରେ ପିପିଲି ବ୍ଲକ ଜିପିଇଓ ଗାୟତ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ମତଦାନ ପରେ ଭୋଟ୍‍ ବାକ୍ସ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ପିପିଲି ପଞ୍ଚାୟତ ସମିତିର ଷ୍ଟ୍ରଙ୍ଗ୍‍ ରୁମ୍‍ରେ ରଖାଯାଇଛି । ଆସନ୍ତା କାଲି ଶନିବାର ସକାଳ ୮ଟା ଠାରୁ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୋଟ୍‍ ଗଣତି କରାଯିବ ।
ଏହି ନିର୍ବାଚନରେ ଖୋଲାବହି ଚିହ୍ନରେ ଅକ୍ଷୟ କୁମାର ବେହେରା, ମାଛ ଚିହ୍ନରେ ନରସିଂହ ପ୍ରଧାନ, ସୂର୍ଯ୍ୟ ଚିହ୍ନରେ ବଳଭଦ୍ର ପ୍ରଧାନ ଓ ଖୋଲାଛତା ଚିହ୍ନରେ ସନ୍ତୋଷ କୁମାର ମହାନ୍ତି ପ୍ରତିଦ୍ୱନ୍ଦିତା କରୁଛନ୍ତି। ଆଜି ସକାଳ ୭ଟାରୁ ଗୋଟାଏ ପର୍ଯ୍ୟନ୍ତ ବେଶ୍‍ ଶାନ୍ତି ଶୃଙ୍ଖଳା ମଧ୍ୟରେ ଭୋଟ୍‍ ଗ୍ରହଣ କରାଯାଇଥିଲା । ପଞ୍ଚାୟତର ୮ଟି ସ୍ଥାନରେ ଥିବା ୧୫ଟି ବୁଥ୍‍ରେ ୧୫ଜଣ ପ୍ରିଜାଇଡିଂ ଅଫିସର, ୧୫ଜଣ ପ୍ରଥମ ପୁଲିଂ ଅଫିସର ଓ ୧୫ଜଣ ଦ୍ୱିତୀୟ ପୁଲିଂ ଅଫିସର ଓ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଏସ୍‍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍‍ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ବଳଙ୍ଗା ଥାନାଧିକାରୀ ରଶ୍ମିରଞ୍ଜନ ପୃଷ୍ଟି, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ପ୍ରମୁଖ ମତଦାନ ସମୟରେ ଉପସ୍ଥିତଥିବା ବେଳେ ୩ପ୍ଲାଟୁନ୍‍ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories