www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରେଷ୍ଠ ୧୦ରାଜ୍ୟ ମଧ୍ୟରେ ଓଡ଼ିଶା, ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଣିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା ପର୍ଫମାନ୍ସ ଗ୍ରେଡିଂ ତଥା ମୂଲ୍ୟାୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ମୁତାବକ ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି।

ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଗକୁ ବଢ଼ିବା ସହ ସ୍କୁଲ୍‌ ଶିକ୍ଷାର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟ୍‌ରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ୍‌ ସ୍କୋର୍‌ କରିଥିବାବେଳେ ଦିଲ୍ଲୀ, କର୍ଣ୍ଟାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳୀ ଏବଂ ଦାମନ ଡିଉ ସହ ଲେବୁଲ୍‌-୩ରେ ରହିଛି । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ୧୮୦ରୁ ୧୩୮, ବିଦ୍ୟାଳୟ ପ୍ରବେଶ ସୁବିଧାରେ ୮୦ରୁ ୭୧, ସୁଦୃଢ ଭିତ୍ତିଭୂମିରେ ୧୫୦ରୁ ୧୩୩, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ୨୩୦ରୁ ୨୨୧ ଏବଂ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ୩୬୦ରୁ ୩୧୪ ପଏଣ୍ଟ ପାଇଛି।

- Advertisement -

ପିଜିଆଇ ଫ୍ରେମ୍‌ୱାର୍କରେ ଲାଗାତାର ଭାବରେ ଓଡ଼ିଶାର ର୍ୟାଙ୍କ୍‌ ଉପରକୁ ଉଠୁଥିବାବେଳେ ମାତ୍ର ୪ବର୍ଷ ମଧ୍ୟରେ ଏହା ଲେବୁଲ୍‌-୬ରୁ ଲେବୁଲ୍‌-୩କୁ ଉନ୍ନୀତ ହୋଇଛି। ରାଜ୍ୟର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ରାଜ୍ୟର ପ୍ରଗତିଶୀଳ ନୀତି ସହ ‘ମୋ ସ୍କୁଲ୍‌ ଅଭିଯାନ’, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ୍‌ ଶିକ୍ଷଣ କାର୍ଯ୍ୟକ୍ରମର ପ୍ରଣୟନ, ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍କୁଲ୍‌ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନାର ସଠିକ୍‌ କାର୍ଯ୍ୟକାରିତା ଦ୍ୱାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନ ଯୋଗୁ ପୂର୍ବବର୍ଷ ଅପେକ୍ଷା ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।
ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଓଡିଶା ଲେବୁଲ୍‌-୬ରେ ଥିବାବେଳେ ୨୦୧୯-୨୦ରେ ଲେବୁଲ୍‌-୪ ଏବଂ ୨୦୨୦-୨୧ରେ ଲେବୁଲ୍‌-୩ରେ ରହିଛି। ଚଳିତ ବର୍ଷ ପିଜିଆଇ ରିପୋର୍ଟ ଅନୁଯାୟୀ ତାଲିକାର ଶ୍ରେଷ୍ଠରେ ମହାରାଷ୍ଟ୍ର ସ୍ଥାନ ପାଇଛି। ୨ୟ ସ୍ଥାନରେ ପଞ୍ଜାବ ଥିବାବେଳେ ତୃତୀୟ ଓ ଚତୁର୍ଥ ସ୍ଥାନରେ କେରଳ ଓ ଚଣ୍ଡିଗଡ ରହିଛନ୍ତି। ସେହିପରି ରାଜଧାନୀ ଦିଲ୍ଲୀ ୮୯୯ ପଏଣ୍ଟ ସହ ୮ମ ସ୍ଥାନ ହାସଲ କରିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories