www.samajalive.in
Saturday, December 6, 2025
26.1 C
Bhubaneswar

ବଡ଼ ଏକାଦଶୀରେ ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଡେସ୍କ : ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳଙ୍କ ପୀଠରେ ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା’ ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରୁଛନ୍ତି । ଏହି ପବିତ୍ର ତିଥିରେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ଠାକୁର ଦକ୍ଷିଣ ଭାରତର ହୋଇଥିବାରୁ ବର୍ଷତମାମ ଏଠାରେ ସେଠାକାର ଭୋଗ ସାମଗ୍ରୀ ଲାଗି କରାଯାଇଥାଏ । କିନ୍ତୁ, ଆଜି ଦିନର ସ୍ୱତନ୍ତ୍ରତା ଅନୁଯାୟୀ ଠାକୁରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଚୁଡ଼ାରେ ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥାଏ । ସେହିପରି ଅନେକ ମାନସିକଧାରୀ ମନ୍ଦିର ପରିସରରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଛନ୍ତି।
ଦର୍ଶନ ନିମନ୍ତେ ଦେବନୀତି ପାଇଁ ରାତି ୧ଟାରେ ଦ୍ୱାରଫିଟା, ରାତି ୧ଟା ୩୦ ମିନିଟରେ ମଙ୍ଗଳ ଆରତି, ରାତି ୧ଟା ୩୦ ରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ ଅବକାଶ, ନଟବର ବେଶ, ରାତି ୩ଟାରୁ ସାଢ଼େ୪ଟା ମଧ୍ୟରେ ସୂର୍ଯ୍ୟପୁଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା। ଭୋର ସାଢ଼େ ୫ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ କରିଥିଲେ । ସକାଳ ୬ଟା ଠାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ଠାକୁର ଦର୍ଶନ କରିପାରିବେ । ରାତି ୧୨ଟାରେ ପରବର୍ତ୍ତି ଦେବନୀତି ଆରମ୍ଭ ହୋଇ ପହୁଡ଼ ପଡିବ ବୋଲି ଶ୍ରୀ ଶ୍ରୀ ସାକ୍ଷିଗୋପାଳ ସେବାୟତ ସଂଘ ସୂତ୍ରରୁ ସୂଚନା ଦିଆଯାଇଛି।
ଏହା ବ୍ୟତୀତ ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଖାଦ୍ର ଓ ଅନ୍ୟାନ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପଚଂସଖା ମୁକ୍ତାକାଶ ରଙ୍ଗମଂଚରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶ୍ରୀରାଧା ଉତ୍ସବ-୨୦୨୨ ସାଂସ୍କୃତିକ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ଆୟୋଜିତ ହେବ। ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories