www.samajalive.in
Sunday, December 14, 2025
16.1 C
Bhubaneswar

ଗୁଣ୍ଡିଚାନାଳିକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦାବି

କାମାକ୍ଷାନଗର : ସହର ଠାରୁ ୫ କିଲୋମିଟର ଦୂର ରାମିଆଳ ନଦୀ ତଟବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ଗୁଣ୍ଡିଚାନାଳି ଗ୍ରାମାଞ୍ଚଳର ରାମଣୀୟ କ୍ଷେତ୍ରକୁ ପର୍ୟ୍ୟଟନ ସ୍ଥଳୀ ରୂପେ ସରକାରୀ ସ୍ତରରେ ମାନ୍ୟତା ଦେବା ସକାଶେ ହୋଇ ଆସିଥିବା ଦାବି ପ୍ରତି ଏ ପର୍ୟ୍ୟନ୍ତ କୌଣସି ଗୁରୁତ୍ୱ ଦିଆ ଯାଇନାହିଁ । ରାମିଆଳ ନଦୀ ତଟରେ ସବୁଜ ବଳୟ ପଶ୍ଚିମ ପାର୍ଶ୍ୱରେ ୩ ଗୋଟି ପର୍ବତର ମିଳନ ସ୍ଥଳ ଓ ଘଞ୍ଚ ଅରଣ୍ୟର ଦୃଶ୍ୟରାଜିର ଆକର୍ଷଣ ନେଇ ଏହା ଏକ ପିକନିକ ସ୍ଥଳ ରୂପେ ଏ ଅଞ୍ଚଳରେ ତାର ପ୍ରାଧାନ୍ୟ ପ୍ରତିପାଦନ କରି ଆସିଛି । ପ୍ରତି ବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇ ଫେବୃଆରୀ ମାସ ପର୍ୟ୍ୟନ୍ତ ଏ ଅଂଚଳକୁ କାମାକ୍ଷାନଗର ଓ ଆଖପାଖ ଅଞ୍ଚଳରୁ ବହୁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, ପ୍ରଶାସନିକ ଅଧିକାରୀ ବୃନ୍ଦ ଆସି ବଣଭୋଜି କରିବାକୁ ବେଶ ପସନ୍ଦ କରିଥାଆନ୍ତି ।
କାମାକ୍ଷାନଗର ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ଗୁଣ୍ଡିଚାନାଳି ଗ୍ରାମ । କାମାକ୍ଷାନଗର ସହର ଠାରୁ ଗୁଣ୍ଡିଚାନାଳି ପର୍ୟ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସରିଛି । ଗୁଣ୍ଡିଚାନାଳି ଗ୍ରାମ ଦେଇ ବହି ଯାଇଥିବା ରାମିଆଳ ନଦୀରେ ଏକ ବ୍ୟାରେଜ ନିର୍ମାଣ କରାଗଲେ ନଦୀର ଅପରପାର୍ଶ୍ୱ ରେ ଥିବା ଗ୍ରାମ ଗୁଡିକୁ ସବୁ ଦିନିଆ ରାସ୍ତା ହୋଇ ପାରିବା ସହିତ ଏହି ବ୍ୟାରେଜର ଜଳକୁ ସନ୍ନିକଟ କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା ହୋଇ ପାରିବ । ଏଥି ସହିତ ଜଳ ଭଣ୍ଡାରରେ ବୋଟିଙ୍ଗର ବ୍ୟବସ୍ଥା ମଧ୍ୟ ହୋଇ ପାରିବ ।
ଉର୍ନବିଂଶ ଶତାବ୍ଦୀର ଶେଷ ପର୍ୟ୍ୟାୟରେ ପ୍ରଶାସନିକ ସ୍ତରରେ ବଣଭୋଜି କରିବା ସମୟରେ ଏଠାରେ ବ୍ୟାରେଜ ନିର୍ମାଣ କରାଯାଇ ଏଠାରେ ବୋଟିଙ୍ଗ , ପାର୍କ, ବଙ୍ଗଳା ପାଇଁ ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଏଥିପ୍ରତି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସହର ନିକଟବର୍ତ୍ତୀ ଏପରି ଏକ ରାମଣୀୟ ସ୍ଥଳକୁ ବିଭିର୍ନ୍ନ ଋତୁରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଯୁବକ ସଙ୍ଘ ଓ ପରିବାରବର୍ଗ ବଣଭୋଜି କରିବାକୁ ଆସିଥାନ୍ତି । ବଣଭୋଜି ସମୟରେ ଏପରି ଏକ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ପର୍ବତ ମାଳାର ମଧ୍ୟ ସ୍ଥଳରେ ପର୍ୟ୍ୟଟନ ବିଭାଗ ପକ୍ଷରୁ ଉନ୍ନୟନର ବ୍ୟବସ୍ଥା ହାତକୁ ନିଆଗଲେ ଜିଲ୍ଲା ତଥା ଜିଲ୍ଲା ବାହାରେ ଏଭଳି ଏକ ପର୍ୟ୍ୟଟନ ସ୍ଥଳର ଖ୍ୟାତିଲାଭ କରି ପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଗ୍ରାମର ନଦୀ ତଟବର୍ତ୍ତୀ ଇଲାକାରେ ଏକ ଡାକ ବଙ୍ଗଳା, ମୃଗ ବିହାର, ନଦୀର ନିର୍ଦ୍ଧାରିତ ଉଚତାରେ ଏକ ବନ୍ଧ ନିର୍ମାଣ କରାଯାଇ ନୌକା ବିହାର କରାଯାଇ ପାରିଲେ କାମାକ୍ଷାନଗର ସହର ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଉପକୃତ ହେବା ସହିତ ଢେଙ୍କାନାଳ ଜିଲାରେ ଆଉ ଗୋଟିଏ ପର୍ୟ୍ୟଟନ ସ୍ଥଳୀ ରୂପେ ବିବେଚିତ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories