www.samajalive.in
Saturday, December 13, 2025
26.1 C
Bhubaneswar

ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । କଳ୍ପନା-ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ ଜଷ୍ଟିସ ଦୀପକ ତିୱାରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ନିର୍ଦେଶ ଦେଇଛନ୍ତି । ତେବେ ଗୁରୁବାର ଅର୍ଡର କପି ପ୍ରକାଶ ପାଇ ନ ଥିବା ହେତୁ କେଉଁ ସର୍ତ୍ତରେ ଜାମିନ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଶ୍ରୀ ସାଏ ୨୦୧୬ ମସିହାର କଳ୍ପନା-ବବଲି ଡବଲ ମର୍ଡର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୨୦ ଫେବୃଆରୀ ୧୪ ତାରିଖରେ ଗିରଫ ହୋଇଥିବା ବେଳେ ୨୦୨୨ ଏପ୍ରିଲ ୨ ତାରିଖରେ ଛତିଶଗଡ଼ ରାୟଗଡ଼ର ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories