www.samajalive.in
Sunday, December 14, 2025
19.1 C
Bhubaneswar

ସୁରଭି କାର୍ଯ୍ୟକ୍ରମ ସୃଜନଶୀଳ ପ୍ରତିଭା ବିକାଶର ଏକ ସାମୁହିକ ପ୍ରୟାସ

ବଡ଼ମ୍ବା :  ବଡ଼ମ୍ବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରତ୍ୟେକ ବିଦ୍ୟାର୍ଥୀ ଭିତରେ ପ୍ରତିଭା ରହିଛି ଏବଂ ସେମାନଙ୍କ ସୃଜନଶୀଳ ପ୍ରତିଭା ବିକାଶର ଏକ ସାମୁହିକ ପ୍ରୟାସର ଅନ୍ୟନାମ ସୁରଭି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣକୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶଚନ୍ଦ୍ର ଜେନା, ତହସିଲଦାର ନୀଳକଣ୍ଠ ବେହେରା, ସ୍ଥାନୀୟ ସମିତିସଭ୍ୟା ଗୋଲାପ ସାହୁ,  ମଣ୍ଡଳ ସହ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂହ, ବିବେକାନନ୍ଦ ସାହୁ, ନିର୍ମଳା ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ପଣ୍ଡା ପ୍ରମୁଖ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ଶିକ୍ଷାମଣ୍ଡଳ ଅନ୍ତର୍ଗତ ୧୬ଟି କ୍ଲଷ୍ଟର ଅର୍ଥାତ୍ ସମସ୍ତ ସରକାରୀ ପ୍ରାଥମିକ, ନିମ୍ନ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ତଥା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜ୍ଞାନ, ତର୍କ, ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ,ସୃଜନଶୀଳ ଲିଖନ ଆଦି ଏକକ ପ୍ରତିଯୋଗିତା ସାଙ୍ଗକୁ ଆଜି ଅନୁଷ୍ଠିତ ଉତ୍ସବରେ ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ପ୍ରଦର୍ଶିତ ହୋଇଥିଲା। ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍କଳର ଉତ୍କର୍ଷ କଳା, ନାରୀ ଶସକ୍ତିକରଣ, ଶିକ୍ଷା ଅଧିକାର ଆଇନ, ବାଲ୍ୟ ବିବାହ ଏବଂ ଯୌତୁକ ନିରୋଧ ସାମାଜିକ ସଂସ୍କାର ମୁଳକ ସଚେତନ ନୃତ୍ୟାଭିନୟ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ । ବଡ଼ମ୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏହି ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଥିବା ଜଣାଯାଇଛି । ଦଳଗତ ସାସଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକଭାବେ ଉପେନ୍ଦ୍ର କୁମାର ଦାଶ, ମନୋରଞ୍ଜନ ମହାନ୍ତି, ଲଛମନ ସାହୁ ଯୋଗ ଦେଇଥିଲେ । ସେହିଭଳି ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ସାନବାରସିଂହ ସରପଞ୍ଚ ସଦାନନ୍ଦ ସ୍ୱାଇଁ, ସାମାଜିକ କର୍ମୀ ମଙ୍ଗୁଳି ସାହୁ, ସରୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା । ସମସ୍ତ ଶ୍ରେଷ୍ଠ ପ୍ରତିଯୋଗୀ ଆଗାମୀ ୫ ତାରିଖରେ ହେବାକୁଥିବା ଜିଲାସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରକାଶ । ଶିକ୍ଷକ ସମୀର କୁମାର ରାଉତ, ଅଶୋକ କୁମାର ଧଳ, ରମେଶ କୁମାର ବେହେରା, ବୀରବର ବାରିକ,ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ପଟ୍ଟନାୟକ,ବନଜା ସିଂ, ସରୋଜିନି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ବିଜୟକୁମାର ଛତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଓ ପରିବେଶ ସଚେତନତା ମେଳା ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଶିକ୍ଷକ- ଶିକ୍ଷୟିତ୍ରୀ, ଅଭିଭାବକ, ଗ୍ରାମାଞ୍ଚଳ ଜନପ୍ରତିନିଧି ତଥା ସ୍ଥାନୀୟ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories