www.samajalive.in
Saturday, December 13, 2025
21.1 C
Bhubaneswar

ଧରାପଡିଲା ବାଲି ଚୋରା ଚାଲାଣ,୧ଲକ୍ଷ ୬୦ହଜାର ଟଙ୍କା ଆଦାୟ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଗୋଡଭଗା-ତୁରୁମ ୫୪ନଂ ରାଜ୍ୟ ରାଜପଥରେ ଦିନ ଦ୍ୱିପହରରେ ବଡ ବଡ ହାଇୱା ସାହାଯ୍ୟରେ ବାଲି ଚୋରା ଚାଲାଣ   ହେଉଛି। ମାଟି ଓ ବାଲି ମାଫିଆ ମାନେ କିଛି ଅସାଧୁ ଅଧିକାରୀ ମାନଙ୍କ ସହ ହାତ ମିଳାଇ ରାଜସ୍ବ ହାନି କରିବା ସହ ଯିବା ଆସିବା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।  ଏନେଇ ତହସିଲ ପକ୍ଷରୁ ଚଢ଼ଉ ମଧ୍ୟ ହେଉଛି, ହେଲେ ଏବେ ବି ରାସ୍ତା ଘାଟ ତଥା ରାଜରାସ୍ତା କଡ଼ରେ ବାଲି, ଗୋଡ଼ି,ମାଟି କଡ଼ରେ ପକାଇ ବେପାର ଚଳାଉ ଥିବାବେଳେ ଲୋକେ ତଥା ସ୍କୁଲ ପିଲା ଯିବା ଆସିବାରେ ସୁରକ୍ଷିତ ମଣୁ ନାହାନ୍ତି । ବାଲି ଓ ମାଟି ଚୋରା ଚାଲାଣ ପାଇଁ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଟିମ୍ ଗଠନ କରି ଚଢ଼ଉ ମଧ୍ୟ ହେଉଛି ସତ, ହେଲେ ଯଥା ପୂର୍ବମ ତଥା ପରମ୍ ଅବସ୍ଥା ଭଳି  ଦିନରାତି ବାଲି ମାଟି ଚୋରା ଚାଲାଣ କରି ମାଫିଆ ମାନେ ଦୌରାତ୍ମ୍ୟ ବଢ଼ାଇ ଚାଲିଛନ୍ତି । ଏନେଇ ଅତାବିରା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଗୋଡଭଗା- ତୁରୁମ୍ ରୋଡରେ ଅତାବିରା ଏନଫୋର୍ସମେଣ୍ଟ ଟିମ୍ ଭେଡେନ ତହସିଲ ଅଞ୍ଚଳ ଲୁହାଖଣ୍ଡିରୁ ଆସୁଥିବା ବେଳେ ୫ଟି ବାଲି ବୋଝେଇ ହାଇୱାକୁ ଦୁଲମପୁରରୁ ଗମ୍ଭାରୀ ପାଲି ମଝିରେ ଅଟକ ରଖି ତନାଘନା ପରେ ଗୋଟିଏ ହାଇୱାର କାଗଜ ପତ୍ର ଠିକ୍ ଥିବା ବେଳେ ତାକୁ ଯାଞ୍ଚ୍ ସ୍ଥଳରୁ ଛାଡ଼ି ଦିଆ ଯାଇଥିବା ବେଳେ ୪ଟି ହାଇୱାଠାରୁ ଗାଡ଼ି ପିଛା ୪୦ହଜାର, ସର୍ବ ମୋଟ ୧ଲକ୍ଷ ୬୦ହଜାର ଟଙ୍କା ଜରିମାନା ଆଦାୟ କରି ଗାଡି ଗୁଡ଼ିକୁ ଛାଡ଼ି ଦିଆଯାଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି । ଏନଫୋର୍ସ ମେଣ୍ଟ ଦଳରେ ରାଜସ୍ବ ପରିଦର୍ଶକ ରୁସଭ ସାହୁ,  ଅତାବିରା ଆରଆଇ ସୁବୋଧ ଚୌହାନ, ପାହାଡ ଶ୍ରୀଗିଡ଼ା ଆର୍ ଆଇ ହରି ଚନ୍ଦନ ବେହେରା, ଜହ୍ନାପଡ଼ା ଅତିରିକ୍ତ ଆର୍ ଆଇ ସଙ୍କୀର୍ତ୍ତନ ମହାକୁର, କୁଲୁଣ୍ଡା ଅତିରିକ୍ତ ଆର୍ ଆଇ ରୂପକ କୁମାର ଭୋଇ ଙ୍କ ସମେତ ଅତାବିରା ପୁଲିସ ସମେତ ଗୋଡଭଗା ପୁଲିସର ସକ୍ରିୟ ସହଯୋଗ ରହିଥିବା ଜଣାପଡ଼ିବା ବେଳେ ଆଗାମୀ ଦିନରେ ଚୋରା ଚାଲାଣ ତଥା ବାଲି ମାଟି କାରବାର ଉପରେ ଚଢ଼ଉ ଜାରି ରହିବ ବୋଲି ଜଣା ପଡିଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories