www.samajalive.in
Sunday, December 7, 2025
26.1 C
Bhubaneswar

ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦାଗିରି : ୪ ଅଟକ

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ବୁଧବାରଠାରୁ ଛୁଟିରେ ପଠାଇ ଦେଇଥିବା ବେଳେ ଗୁରବାର ତାଙ୍କ ଘର ସମ୍ମୁଖରେ ବଡ଼ ଧରଣର ହଙ୍ଗାମା ହୋଇଯାଇଛି। ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ସନ୍ଦେହଜନକ ଭାବେ ବୁଲୁଥିବା ୪ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି।

- Advertisement -

ସୂଚନା ଅନୁସାରେ, ଆଜି ସକାଳ ୭.୪୫ ସମୟରେ ୪ ଜଣ ବ୍ୟକ୍ତି ବର୍ମାଙ୍କ ଘର ଉପରେ ନଜର ରଖୁଥିବା ଲକ୍ଷ୍ୟ କରାଯାଇ ଥିଲା। ଏହାପରେ ବର୍ମାଙ୍କ ପିଏସ୍‍ଓ ସେମାନଙ୍କୁ ଅଟକ ରଖିବା ସହ ତାଙ୍କ ପାଖରୁ ଗୁଇନ୍ଦା ବିଭାଗର ଆଇ କାର୍ଡ଼ ମଧ୍ୟ ଜବତ କରିଛି। ମିଳିଥିବା ଖବର ଅନୁସାରେ, ଏହି ୪ଜଣଙ୍କ ନାମ ପ୍ରଶାନ୍ତ କୁମାର, ଭିନୀତ କୁମାର ଗୁପ୍ତା, ଅଜୟ କୁମାର ଓ ଧରଜ କୁମାର ସିଂହ ବୋଲି ଜଣାପଡ଼ିଛି। ତେବେ ଏହି ୪ଜଣ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଅଧିକାରୀ ବୋଲି ପରିଚୟ ଦେଇଛନ୍ତି ଓ ଆଧାର ସମେତ କିଛି ପ୍ରମାଣ ପତ୍ର ମଧ୍ୟ ପୁଲିସକୁ ଦେଇଛନ୍ତି। ବର୍ତ୍ତମାନ ପୁଲିସ ଏସମସ୍ତ ପ୍ରମାଣ ପତ୍ରର ଜାଞ୍ଚ କରିବା ସହ ପଚରାଉଚରା ଜାରି ରଖିଛି।

ତେବେ ଆଇବିର ଏହି ଅଧିକାରୀମାନେ କେଉଁ ଉଦ୍ଦେଶ୍ୟରେ ଓ କେଉଁ କାରଣରୁ ଆଲୋକ ବର୍ମାଙ୍କ ଘର ଉପରେ ନଜର ରଖିଥିଲେ ଏ ସମ୍ପର୍କରେ କୌଣସି ସୂଚନା ପୁଲିସ ଗଣମାଧ୍ୟମରେ ପ୍ରକାଶ କରି ନାହିଁ। କେନ୍ଦ୍ର ସରକାରଙ୍କ ନିୟ୍‍ନ୍ତ୍ରଣ ବାହାରେ ଥିବା ସିବିଆଇ ଉପରେ ଗୁଇନ୍ଦା ବିଭାଗ କେବଳ ସୁରକ୍ଷାଗତ ଦୃଷ୍ଟିକୋଣରୁ ନଜର ରଖିଥିଲା ନା’ ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories