www.samajalive.in
Saturday, December 13, 2025
26.1 C
Bhubaneswar

ଜିଓର ୫ଜି ସମାଧାନକୁ ଲଣ୍ଡନରେ ପ୍ରତିଷ୍ଠିତ “କ୍ଲାଉଡ୍ ନେଟିଭ୍ ଆୱାର୍ଡ’ ପ୍ରଦାନ

– ଏହି କୋର ନେଟ୍‌ୱର୍କ ସଲ୍ୟୁସନ୍ସରେ ପରିଚାଳିତ ହେବ ଜିଓର ୫ଜି

ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେସନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ପ୍ଲାଟଫର୍ମ୍‌ସକୁ କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି । ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶବିଦେଶର ପ୍ରତିଷ୍ଠିତ କଂପାନି ଏବଂ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ବିତରଣ ସମାରୋହରେ ଭାଗ ନେଇଥିଲେ ।

- Advertisement -

ଜିଓ ପ୍ଲାଟଫର୍ମସ୍‌କୁ ଏହାର କମ୍ବୋ ୫ଜି/ ୪ଜି କୋର୍ ନେଟ୍‌ୱର୍କ ସଲ୍ୟୁସନ୍ସ ପାଇଁ କ୍ଲାଉଡ୍ ନେଟିଭ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଜୟୀ ସମାଧାନକୁ ବ୍ୟବହାର କରି ରିଲାଏନ୍ସ ଜିଓ ଭାରତରେ ୫ଜି ସେବାର ଶୁଭାରମ୍ଭ କରୁଛି । ଜିଓ ପକ୍ଷରୁ ବିଭିନ୍ନ ସହରରେ ବ୍ୟବହାରକାରୀମାନଙ୍କୁ ନେଇ ୫ଜିର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି ।

ଗ୍ରାହକମାନଙ୍କ ଚାହିଦାକୁ ଦ୍ରୁତ ଗତିରେ ପୂରଣ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ନିମନ୍ତେ ଏଭଳି ଏକ ସମାଧାନର ଆବଶ୍ୟକତା ରହିଛି ଯାହାକୁ ଅତ୍ୟଧିକ ବ୍ୟାପକ କରାଯାଇପାରିବ ଏବଂ ତାହା ଆକର୍ଷଣୀୟ ହେବା ସହ ଶୀଘ୍ର ଅପ୍‌ଡେଟ୍ କରାଯାଇପାରୁଥିବ । ଏହା କରିବା ଲାଗି କଂପାନିଗୁଡ଼ିକୁ କ୍ଲାଉଡ୍ ଭିତିଭୂମିରେ ପରିଚାଳିତ ହେଉଥିବା ଆଧୁନିକ ପ୍ରଯୁକ୍ତି ବ୍ୟବହାର କରିବାକୁ ପଡ଼ିଥାଏ । କ୍ଲାଉଡ୍ କମ୍ପ୍ୟୁଟିଂ ପରିବେଶରେ ଆଧୁନିକ ଆପ୍ଲିକେସନକୁ ତିଆରି କରିବା, ତାହାକୁ ପ୍ରସ୍ତୁତ କରିବା ଏବଂ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସଫ୍ଟଓୟାର ଭିତିକ କାର୍ଯ୍ୟକୁ କ୍ଲାଉଡ୍ ନେଟିଭ୍ କୁହାଯାଉଛି । ଏଭଳି ଆକର୍ଷଣୀୟ ସମାଧାନ ପ୍ରସ୍ତୁତ କରିଥିବାରୁ ଜିଓକୁ “କ୍ଲାଉଡ୍ ନେଟିଭ୍ ପୁରସ୍କାର’ ପ୍ରଦାନ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories