www.samajalive.in
Wednesday, December 10, 2025
17.1 C
Bhubaneswar

ତାମିଲନାଡ଼ୁ ରାଜନୀତିରେ ଝଡ଼;୧୮ ଏଆଇଡିଏମକେ ବିଧାୟକ ଅଯୋଗ୍ୟ

ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟର ରାୟ ପରେ ଝଡ଼ର ବାତାବରଣ ଦୃଶ୍ୟମାନ ହୋଇଛି। କାରଣ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଏଆଇଡିଏମକେର ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ ଚେନ୍ନଇ ଉଚ୍ଚନ୍ୟାୟାଳୟ ବଳବତ୍ତର ରଖିଛି।
କୋର୍ଟର ଏହି ନିଷ୍ପତ୍ତି ଫଳରେ ତାମିଲନାଡ଼ୁ ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଛି। କାରଣ ୧୮ଜଣ ବିଧାୟକ ଆଗାମୀ ଦିନରେ କ’ଣ କରିବେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏ ସମ୍ପର୍କରେ ବିଧାୟକ ଟିଟିଭି ଦିନାକରନ ଗଣମାଧ୍ୟମରେ ନିଜ ମତ ସ୍ପଷ୍ଟ କରିଛନ୍ତି। ଅଯୋଗ୍ୟ ଘୋଷିତ ୧୮ ବିଧାୟକ ଆଗାମୀ ଦିନରେ ନିର୍ବାଚନର ସାମ୍ନା କରିବେ ନା’ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବେ ଏହା ତାଙ୍କ ଉପରେ ନିର୍ଭର କରୁଛି। ତେବେ ଦିନାକରନ ସମସ୍ତ ବିଧାୟକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।
ଟିଟିଭି ଦିନାକରନଙ୍କ ପ୍ରତି ବିଶ୍ୱାସ ପ୍ରକଟ କରିଥିବା ୧୮ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ଏହାକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇ ଥିଲା। ୧୪ଜୁନରେ ଏ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟର ରାୟରେ ବିରୋଧାଭାଷ ରହିବା ଦ୍ୱାରା ସୁପ୍ରିମ କୋର୍ଟ ପକ୍ଷରୁ ଜଷ୍ଟିସ ସତ୍ୟନାରାୟଣଙ୍କୁ ଏହି ଖଣ୍ଡପିଠରେ ତୃତୀୟ ବିଚାରପତି ଭାବେ ନିୟୋଜିତ କରାଯାଇ ଥିଲା।
ତାମିଲନାଡ଼ୁ ବିଧାନସଭା ଅଧ୍ୟକ୍ଷ ଧନପାଳ ଏଆଇଡିଏମକେର ୧୮ଜଣ ବିଧାୟକଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ଅଯୋଗ୍ୟ ଘୋଷଣା କରିଥିଲେ। ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୧୮ଜଣ ବିଧାୟକ ୨୦୧୭ରେ ଚେନ୍ନଇ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ପ୍ରଥମେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ଓ ପରେ ସୁପ୍ରିମ କୋର୍ଟରେ ଯାଇ ପହଞ୍ôଚ ଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories