www.samajalive.in
Sunday, December 14, 2025
16.1 C
Bhubaneswar

ଜିଅନ୍ତା ଜାଳିଥିଲେ

ଉତ୍ତର ଭୁବନେଶ୍ୱର : ସେକ୍ସ ଭିଡିଓ ଭାଇରାଲକୁ ନେଇ ହୋଇଥିବା ବହୁଚର୍ଚ୍ଚିତ କୁଆଖାଇ ନଦୀପଠା ହତ୍ୟାକାଣ୍ଡ ଘଟଣାରେ ବଡ଼ଗଡ଼ ଅଞ୍ଚଳର ମୃତ ଉନ୍ମୟ ପାଢୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସୋମବାର କମିଶନରେଟ ପୁଲିସର ହସ୍ତଗତ ହୋଇଛି। ଏକାଧିକ ହତ୍ୟାକାରୀଙ୍କ ହାତରେ ଉନ୍ମୟଙ୍କ ମୃତ୍ୟୁ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏକ ଧାରୁଆ ଅସ୍ତ୍ରରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଉନ୍ମୟଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିବା ବେଳେ ତାଙ୍କର ତଳି ପେଟରେ ଛୁରି ଭୁସାଯାଇଛି। ସେ ଅଚେତ ହୋଇ ତଳେ ପଡ଼ିଯିବା ପରେ ସମ୍ପୃକ୍ତ ଅପରାଧୀମାନେ ତାଙ୍କୁ ପୋଡି ଦେଇଛନ୍ତି ବୋଲି ମିଳିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ବ୍ୟବଚ୍ଛେଦ ରିପୋର୍ଟରେ ଆହୁରି ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂଜ୍ଞାହୀନ ଅବସ୍ଥାରେ ତାଙ୍କ ମୁଣ୍ଡ, ପେଟ ଏବଂ ପାଟି ଆଦିକୁ ଆଘାତ କରାଯିବା ପରେ ନିଅାଁ ଲଗାଯାଇଛି। ରିପୋର୍ଟର ଦିଗ ହତ୍ୟାକାଣ୍ଡ ଏବଂ ସଂଜ୍ଞାହୀନକୁ ସ୍ପଷ୍ଟ କରିଥିବା ବେଳେ ଭାଇରାଲ ଭିଡିଓ ଏହାର ମୁଖ୍ୟ କାରଣ କି ନୁହେଁ ସେ ଦିଗକୁ ସ୍ପଷ୍ଟ କରିବା ପାଇଁ ପୁଲିସ ଅଧିକ ଛାନ୍‌ଭିନ କରୁଛି। ତେବେ କଥା ହେଉଛି ଉନ୍ମୟ ସଂଜ୍ଞାହୀନ କିପରି ହେଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇଛି ନା କୌଣସି ଖାଦ୍ୟ ପାନୀୟ ଦ୍ୱାରା ନଦୀ ପଠାରେ ତାଙ୍କୁ ସଂଜ୍ଞାହୀନ କରାଯାଇଛି ଏ ସବୁର ଖୋଳତାଡ଼ ପାଇଁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଭାବେ ଏକ ଟିମ୍‌କୁ ନିୟୋଜିତ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ, ଏଥିରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ହତ୍ୟାର ମାଷ୍ଟର ମାଇଣ୍ଡ କିଏ, ଉନ୍ମୟ ନଦୀ ପଠାକୁ କିପରି ଆସିଲେ, ହତ୍ୟାକାଣ୍ଡର ପୂର୍ବଦିନ ଉନ୍ମୟ କେଉଁଠି ଥିଲେ ଆଦି ଅନେକ ତଥ୍ୟ ଇତିମଧ୍ୟରେ କମିଶନରେଟ ପୁଲିସ ହାତରେ ଲାଗିଛି ବୋଲି କୁହାଯାଇଛି। ଘଟଣାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଗ୍ରହଣ କରି ପୁଲିସ ତଦନ୍ତକୁ ଅଧିକ କ୍ରିୟାଶୀଳ କରିଥିବା ଗଣମାଧ୍ୟମକୁ କହିଛି।

- Advertisement -

ଅପରପକ୍ଷରେ ଭାଇରାଲ ଭିଡିଓକୁ ନେଇ ପୁଲିସ ଗତକାଲି ଯୁବତୀଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଆଜିର ଏହି ରିପୋର୍ଟ ତଦନ୍ତକୁ ଆଗେଇ ନେବାରେ ଅଧିକ ସହାୟକ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅଧିକ ଖୋଳତାଡ଼ କରିବାକୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ସୋମବାର ଅପରାହ୍ନରେ ଭଦ୍ରକର ଚାନ୍ଦବାଲି ଅଞ୍ଚଳକୁ ଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଖୁବ୍‌ଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପ୍ରକାଶ ଯେ ସହିଦନଗରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଉନ୍ମୟଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇ ବାଇକ, ମୋବାଇଲ, ଲାପଟପ ସହିତ ନଦୀପଠାରେ ପୋଡ଼ି ଦିଆଯାଇଥିଲା। ଭିଡିଓ ଭାଇରାଲକୁ ନେଇ ଏହା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ବୋଲି ରାଜଧାନୀରେ ଦିନକୁ ଦିନ ଚର୍ଚ୍ଚା ବଢୁଥିବାବେଳେ ହତ୍ୟାକାରୀ ଧରା ନହେବା ପର୍ଯ୍ୟନ୍ତ ପୁଲିସର ମୁଣ୍ଡବିନ୍ଧା ମଧ୍ୟ ବଢିବାରେ ଲାଗିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories