www.samajalive.in
Sunday, December 14, 2025
26.1 C
Bhubaneswar

ଏକ ଦିବସୀୟ ଭିନ୍ନକ୍ଷମ ଅଭିଭାବକ ପ୍ରଶିକ୍ଷଣ ଶିବିର

ସାରନଗରୀ: ଲାଠିକଟା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭିନ୍ନକ୍ଷମ ଅଭିଭାବକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଲାଠିକଟା ବ୍ଲକ ନୋଡ଼ାଲ ୟୁ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଠିକଟା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇଥିଲେ। ଲାଠିକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ପଣ୍ଡା, ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଖିଳ ରଂଜନ ସିଂ ନିନା, ସ୍ମିତା ଦାସ ଓ କୁଆଁରମୁଣ୍ଡା ବ୍ଲକର ଗୋଷ୍ଠୀ ସମ୍ବଳ ଶିକ୍ଷକ ଅରବିନ୍ଦ ନାୟକ ଅଭିଭାବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସମାଜରେ ଭିନ୍ନକ୍ଷମମାନେ କୌଣସି ସକ୍ଷମ ବ୍ୟକ୍ତିଙ୍କ ଠାରୁ କମ ନୁହଁନ୍ତି ଏବଂ ରାଷ୍ଟ୍ର ଗଠନରେ ସେମାନଙ୍କର ମଧ୍ୟ ଉତ୍ତରଦାୟିତ୍ୱ ସହିତ ସମାନ ଅଧିକାର ରହିଥିବା ବେଳେ ସେମାନଙ୍କୁ ଉତ୍ସାହିତ ସହିତ ତଦନୁଯାୟୀ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ସମସ୍ତେ ଚେଷ୍ଟିତ ରହିବାର ଆବଶ୍ୟକତା ଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories