ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତ ପକ୍ଷରୁ ବୁଧବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ସଚେତନ ହେବା ସହ ଆଇନକୁ ସମ୍ମାନ ଦେଇ ସାଧୁତାଭାବେ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁର, ଜିଲ୍ଲା ସୂଚନା ଲୋକସର୍ମ୍ପକ ଅଧିକାରୀ ରିତିକାନ୍ତ ବଳିଆରସିଂ, ସ୍ଥାନୀୟ ସରପଞ୍ଚ ଅଶୋକ ସେଠ, ଜିଲ୍ଲା ଦୁର୍ନୀତି ନିବାରଣ ନିରୀକ୍ଷକ ଜଗବନ୍ଧୁ ଜରିଆଙ୍କ ସହ ଅଙ୍ଗନଓ୍ବାଡ଼ି କର୍ମୀ, ପଂଚାୟତ ପ୍ରତିନିଧିମାନେ ଯୋଗଦାନ କରିଥିଲେ।
Popular Categories



