www.samajalive.in
Saturday, December 6, 2025
16.1 C
Bhubaneswar

ଚାଉଳର ଏହି ସରଳ ଉପାୟ ; କରିବ ଧନବାନ୍‌‌

ଜୀବନରେ ଅନେକ ସମୟରେ ପରିଶ୍ରମ କରିବା ପରେ ମଧ୍ୟ ଆଶାନୁରୂପକ ଲାଭ ମିଳିନଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହେବା ସହ ଆଶାନୁଯାୟୀ ସଞ୍ଚୟ ହୋଇପାରିନଥାଏ। ଅଭାବ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଜୀବନରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଭାଗ୍ୟ ଚମକାଇବା ପାଇଁ କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏଭଳି କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ..
ହିନ୍ଦୁ ଧର୍ମରେ ଥିବା ମାନ୍ୟତା ଅନୁଯାୟୀ, ଅକ୍ଷତର ଅର୍ଥ ପୂଜାରେ ବ୍ୟବହାର ହେଉଥିବା ସେହି ଚାଉଳ ଯାହା ଅଖଣ୍ଡିତ ଥାଏ। ତିଳକରେ ଏହି ଚାଉଳକୁ ମିଶାଇ ମଥାରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହାସହ ତମ୍ବା ଲୋଟାର ଚାରିପାଖରେ ଲାଲ ସୂତା ବାନ୍ଧି ଅଳ୍ପ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ବ୍ୟକ୍ତିଙ୍କୁ ଆଦୌ ଧନର ଅଭାବ ହୋଇନଥାଏ।
ମାନ୍ୟତାନୁଯାୟୀ, ପୂର୍ଣ୍ଣିମା ଦିନ ସକାଳେ ଉଠିବା ପରେ ସ୍ନାନ ସାରି ଏକ ସଫା ଲାଲ ରେଶମୀ କପଡାରେ ୨୧ଟି ଅଖଣ୍ଡିତ ଚାଉଳ ମା’ଲକ୍ଷ୍ମୀଙ୍କ ନିକଟରେ ରଖି ପୂଜାର୍ଚ୍ଚନା କରନ୍ତୁ। ଏହାପରେ ଏହାକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହେବା ସହ ଧନସମ୍ପତ୍ତି , ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଅଭାବ ମଧ୍ୟ ଦୂର ହୋଇଥାଏ।
ମାନ୍ୟତା ଅନୁଯାୟୀ, ଆର୍ଥିକ ସମସ୍ୟା ଲାଗି ରହୁଥିଲେ,ଏଥିରୁ ମୁକ୍ତି ପାଇଁ ଓ ପରିଶ୍ରମର ସଠିକ ଫଳ ପ୍ରାପ୍ତି ପାଇଁ ସୋମବାର ୫୦୦ ଗ୍ରାମ ଅଖଣ୍ଡିତ ଚାଉଳ ପ୍ରଭୁ ଶିବଙ୍କ ମନ୍ଦିରରେ କୌଣସି ଅସହାୟଙ୍କୁ ଦାନ କରନ୍ତୁ। ଏହି ଉପାୟକୁ ଲଗାତାର ୫ଟି ସୋମବାର କରିବା ଦ୍ୱାରା ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories