www.samajalive.in
Wednesday, December 10, 2025
14.1 C
Bhubaneswar

ବୌଦ୍ଧରେ ତୁରନ୍ତ କାର୍ଯ୍ୟକ୍ଷମ ହେବ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ

ବୌଦ୍ଧ: ବୌଦ୍ଧ ଜିଲାରେ ତୁରନ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଜଣାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରହ୍ମପୁର ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୭୯୬ ତା ୨୭.୧୦.୨୦୨୨ରିଖରେ ବୌଦ୍ଧ ଜିଲାପାଳଙ୍କୁ ତୁରନ୍ତ ଏହି କୋର୍ଟ କାର୍ଯ୍ୟକ୍ଷମ କରିବାକୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନମ୍ବର ୩୫୨୮୦/ ତା ୧୭.୧୦.୨୦୨୨ ଅନୁଯାୟୀ ବୌଦ୍ଧ ଓ ନୂଆପଡା ଜିଲା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୀରସେନ ପ୍ରଧାନଙ୍କୁ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବରେ ନିଯୁକ୍ତି ଦିଆଯାଇଛି ।

ବର୍ତ୍ତମାନ ଶ୍ରୀପ୍ରଧାନ ଉଭୟ ଜିଲାରେ ନିର୍ଦ୍ଧାରିତ ଦିବସରେ କୋର୍ଟ କାର୍ଯ୍ୟ ଚାଲୁରଖିବା ସହିତ ମାମଲା ଗୁଡିକର ଶୁଣାଣି କରିବେ ବୋଲି ଜଣାପଡିଛି । ଅତିରିକ୍ତ କମିଶନର ଶ୍ରୀ ପ୍ରଧାନ ସୋମବାର ବୌଦ୍ଧରେ ପହଞ୍ଚି କୋର୍ଟ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ଜିଲାପାଳ ସତ୍ୟରଞ୍ଜନ ସାହୁ ଓ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ଅନେକ ଜମିବାଡିର ବନ୍ଦୋବସ୍ତ ଓ ଚକବନ୍ଦୀ ମାମଲା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଯିବାକୁ ପଡୁଥିବାବେଳେ ସାଧାରଣଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତିନିଦିନ ମଧ୍ୟରେ ବୌଦ୍ଧର ବନ୍ଦୋବସ୍ତ ଓ ଚକବନ୍ଦୀର ସମସ୍ତ ଜମିବାଡି ମାମଲାର ଫାଇଲ ଅତିରିକ୍ତ କମିଶନର ଶ୍ରୀପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ଏହି କୋର୍ଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ଦିବସରେ କାର୍ଯ୍ୟକରିବ ବୋଲି ଜଣାପଡିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories