www.samajalive.in
Saturday, December 6, 2025
23.1 C
Bhubaneswar

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆବାହକ ଅଶ୍ୱିନୀ ତ୍ରିପାଠୀଙ୍କ ନେତ୍ବତ୍ବରେ ଏକ ବିରାଟ ଶୋଭାଯାତ୍ରା ରାମନାଗୁଡା ମୁଖ୍ୟ ବଜାର ଠାରୁ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ରାମନାଗୁଡା ବିଡ଼ିଓ ପ୍ରଭାତି ଝୋଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ୫ଦଫା ସମ୍ବଳିତ ଦାବିପତ୍ରରେ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରି ସହ ଗଣନା ସହ ୬ଟି ଆନୁମାନିକ ବେତନ ବୃଦ୍ଧି ସହ ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକ ୨୮ଶହ ଟଙ୍କା ଗ୍ରେଡ ପ୍ରେ ପ୍ରଦାନ,ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରିବା ଓ ଏକ୍ସ କ୍ୟାଡ଼ର ପ୍ରଥା ଉଛେଦ ସହ କ୍ୟାଡ଼ର ରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ଅନୁରୁପ ଦାବିପତ୍ର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ରମେଶ ମିଶ୍ର, ଲଳିତ ଚୈଧୁରୀ,ମାଣ୍ଡାଙ୍ଗି ତାଉଡୁ, ଅକ୍ଷୟ ରାଜଗୁରୁ, କୃଷ୍ଣ ପଟନାୟକ, ସୁରେଶ ଖାଡାଙ୍ଗା ପ୍ରମୁଖଙ୍କ ସହ ୧୨୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories