www.samajalive.in
Sunday, December 7, 2025
26.1 C
Bhubaneswar

ଏହି ବ୍ୟାଙ୍କରେ ରହିଛି କି ଆପଣଙ୍କ ଖାତା ? ପାଇପାରିବେ ଅନେକ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ:  ଆପଣଙ୍କର ବ୍ୟାଙ୍କରେ ଖାତା ରହିଛି କି ?  ଯଦି ଆପଣଙ୍କର ପିଏନବି, ୟୁନିୟନ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍‌ ବ୍ୟାଙ୍କରେ ଖାତା ରହିଛି ତେବେ ଆପଣଙ୍କ ପାଇଁ ଖୁସିର ଖବର ଆଣିଛି ଆରବିଆଇ । କାରଣ ଏହି ବ୍ୟାଙ୍କର ହିତାଧିକାରୀ ଓ କ୍ରେଡିଟ କାର୍ଡ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବର୍ତ୍ତମାନ ସମୟରେ ରୁପେ କ୍ରେଡିଟ୍‌ କାର୍ଡକୁ ୟୁପିଆଇ ନେଟୱେର୍କରେ ଲଞ୍ଚ କରାଯାଇଛି । ଯାହା ଦ୍ୱାରା ଉପଭୋକ୍ତା ମାନେ ଉପକୃତ ହୋଇପାରିବେ । ଏହା ଛଡ଼ା ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ ଡେବିଟ୍‌ କାର୍ଡଧାରୀଙ୍କୁ ସେମାନଙ୍କର ଆକାଉଣ୍ଟ ଲିଙ୍କ କରିବାକୁ ସୁବିଧା ଦିଆଯାଇଛି । ଆରବିଆଇ ପକ୍ଷରୁ ପ୍ରଥମେ ଏହି ସୁବିଧା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏବଂ ଇଣ୍ଡିଆନ୍‌ ବ୍ୟାଙ୍କର ଗ୍ରାହକଙ୍କୁ ଦେବାକୁ ଘୋଷଣା କରାଯାଇଛି ।

- Advertisement -

ୟୁପିଆଇକୁ ଡେଭଲପ୍‌ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହାକୁ ନେଇ ପ୍ରତିକ୍ରିୟା ରଖିଛି ।  ଏନପିସିଆଇ କହିଛି, ଏହା ଦ୍ୱାରା ଗ୍ରାହକ ମାନେ ଉପକୃତ ହୋଇପାରିବେ । ଯଦି ଆପଣ କୌଣସି ସାମଗ୍ରୀ କିଣୁଛନ୍ତି ତେବେ ଆପଣ ୟୁପିଆଇ କ୍ୟୁଆର୍‌ କାର୍ଡକୁ ସ୍କାନ କରିବା ସହିତ କ୍ରେଡିଟ କାର୍ଡରେ ମଧ୍ୟ ପେମେଣ୍ଟ କରିପାରିବେ । କିନ୍ତୁ ବର୍ତ୍ତମାନ ରୁପେ କ୍ରେଡିଟ୍‌ କାର୍ଡକୁ ୟୁପିଆଇ ସହ ଲିଙ୍କ୍‌ କରିବାକୁ ନେଇ ଗ୍ରାହକ ମାନଙ୍କୁ ବଡ଼ ସୁବିଧା ମିଳିବାକୁ ଯାଉଛି ।

ଯେଉଁଥିରେ କ୍ରେଡିଟ୍‌ ଇକୋସିଷ୍ଟମ ସୁବିଧା ରହିବ । ରୁପେ କ୍ରେଡିଟ୍‌ କାର୍ଡ ଦ୍ୱାରା ଭର୍ଚ୍ଚୁଆଲ ପେମେଣ୍ଟ ହୋଇପାରିବ । ଯାହା କି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଇଛି । ଏହା ହେବା ଯୋଗୁଁ ଏହି ବ୍ୟାଙ୍କ ଗୁଡ଼ିକର ଗ୍ରାହକ ମାନେ ଉପକୃତ ହୋଇପାରିବେ । ରୁପେ କ୍ରେଡିଟକାର୍ଡ ଦ୍ୱାରା ଲାଭ ଉଠାଇପାରିବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏବଂ ଇଣ୍ଡିଆନ୍‌ ବ୍ୟାଙ୍କର ଗ୍ରାହକ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories