www.samajalive.in
Sunday, December 14, 2025
26.1 C
Bhubaneswar

ଶାଶୂଘରେ ବୋହୂର ଘର କାମ କରିବା ନିଷ୍ଠୁରତା ନୁହେଁ – ବମ୍ବେ ହାଇକୋର୍ଟ

ଡେସ୍କ: ଯଦି ବିବାହିତ ମହିଳାଙ୍କୁ ଶାଶୁ ଘରେ ଘର କାମ କରିବାକୁ କୁହାଯାଏ, ତାହା ଚାକରାଣୀର କାର୍ଯ୍ୟ ସହ ତୁଳନୀୟ ନୁହେଁ କିମ୍ବା ନିଷ୍ଠୁରତା ନୁହେଁ ବୋଲି ଆଜି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ଏ ନେଇ ସ୍ୱାମୀଙ୍କ ଠାରୁ ଅଲଗା ରହିଥିବା ଜଣେ ମହିଳା ସ୍ୱାମୀ ଓ ଶାଶୁ ଶ୍ଵଶୁରଙ୍କ ବିରୋଧରେ ଦାୟର କରିଥିବା ଘରୋଇ ହିଂସା ମାମଲାକୁ ଖାରଜ କରି କୋର୍ଟ ଏହା କହିଛନ୍ତି।

ବିଚାରପତି ବିଭା କଙ୍କନ ୱାଡ଼ି ଓ ରାଜେଶ ପାଟିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଦାୟର ଡାଳକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ବାହାଘରର ୧ ମାସ ପର୍ଯ୍ୟନ୍ତ ତାଙ୍କୁ ଶାଶୁ ଘରେ ଠିକ ବ୍ୟବହାର କରାଯାଇଥିଲା କିନ୍ତୁ ତା ପରେ ଚାକରାଣୀ ପରି ବ୍ୟବହାର କରାଗଲା। ଏଥି ସହିତ ଶାଶୁ ଘର ପକ୍ଷରୁ ୪ ଲକ୍ଷ ଟଙ୍କା ଦାବି କରାଯିବା ଭଳି ଅଭିଯୋଗ ମଧ୍ୟ କରାଯାଇଥିଲା।

- Advertisement -

ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଜଣଙ୍କ ଅଭିଯୋଗରେ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଷ୍ଠୁରତା ପ୍ରଦର୍ଶନ ବିଷୟରେ କହିନାହାନ୍ତି। ଖଣ୍ଡପୀଠ କହିଛନ୍ତି ଯେ ପରିବାର ପାଇଁ ଜଣେ ବିବାହିତ ମହିଳା ଘର କାମ କରିବା କଦାପି ଚାକରାଣୀର କାର୍ଯ୍ୟ ସହ ତୁଳନୀୟ ନୁହେଁ। ଯଦି ମହିଳା ଜଣଙ୍କ ଘର କାମ ନ କରିବାକୁ ଚାହୁଁଥିଲେ, ସେ ତାହା ବିଭାଘର ପୂର୍ବରୁ ଜଣାଇବା ଆବଶ୍ୟକ ଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories