www.samajalive.in
Wednesday, December 10, 2025
16.1 C
Bhubaneswar

ଲୁଟ୍‌ ଅଭିଯୋଗରେ ୪ଗିରଫ, ବାଇକ୍‌ ଓ ଫୋନ୍‌ ଜବତ

ବଲାଙ୍ଗିର: ପୁଇଁନ୍ତଲା ଥାନା ଅନ୍ତର୍ଗତ ବହଲପଦର ଛକ ଓ ଅର୍ଜୁଣ୍ଡା ଛକରେ ଲୁଟ୍‌ପାଟ୍‌ କରୁଥିବା ଅଭିଯୋଗରେ ୪ ଲୁଟେରାଙ୍କୁ ପୁଇଁନ୍ତଲା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁର୍ଷିପାଲି ଗାଁର ଆକାଶ ସ୍ୱାଇଁ(ସିତୁ), ସୁଧୀର ସ୍ୱାଇଁ(ସିଦ୍ଧାନ୍ତ), ଜାମଗାଁର ବବଲୁ ବେହେରା ଓ ଉମୁରିଆର ରୋହିତ ଗୁରାଣ୍ଡି । ସୋମବାର ସନ୍ଧ୍ୟାରେ ବହଲପଦର ଛକଠାରେ ବହଲପଦର ଗାଁର ପ୍ରଶାନ୍ତ ମେଶ୍ୱାଙ୍କ ବାଇକ୍‌, ମୋବାଇଲ ଓ ଟଙ୍କା ଲୁଟ୍‌ ହୋଇଥିଲା ।

କିଛି ସମୟ ପରେ ଅର୍ଜୁଣ୍ଡା ଛକ ଠାରେ ଅର୍ଜୁଣ୍ଡା ଗାଁର ସନ୍ତୋଷ ମହଲାଙ୍କ ଠାରୁ ମୋବାଇଲ୍‌ ଓ ପଇସାପତ୍ର ଲୁଟ୍‌ ହୋଇଥିଲା । ଉକ୍ତ ସମୟରେ ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରୁ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ବାଇକ୍‌ ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଆକାଶ ନାଁରେ କିଛି ଦିନ ତଳେ ସଦର ଥାନାରେ ମଧ୍ୟ ଏକ ଲୁଟ୍‌ ମାମଲା ରୁଜୁ ହୋଇଥିବା ସଦର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories