www.samajalive.in
Sunday, December 14, 2025
26.1 C
Bhubaneswar

ସାମୁଦ୍ରିକ ବାତ୍ୟା ସିତରଙ୍ଗ: ବାଂଲାଦେଶରେ ୩ ମୃତ, ୨ ଲକ୍ଷ ଲୋକ ସ୍ଥାନାନ୍ତରିତ

ଡେସ୍କ: ସାମୁଦ୍ରିକ ବାତ୍ୟା ସିତରଙ୍ଗ ଯୋଗୁ ବାଂଲାଦେଶର ଉପକୂଳବର୍ତ୍ତୀ ୧୯ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେହି ଜିଲ୍ଲାଗୁଡିକ ହେଉଛି ସଖୀରା, ଖୁଲନା, ବାଗେରହାଟ, ଝାଲକଥୀ, ପିରୋଜପୁର, ବରଗୁନା, ପଟୁଆଖଲି, ଭୋଲା, ବରିଶାଲ, ଲକ୍ଷ୍ମୀପୁର, ଚାନ୍ଦପୁର, ନୋଆଖାଲି, ଫେନି ଏବଂ ଅନ୍ୟ ତିନିଟି ଉପକୂଳ ଦ୍ୱୀପପୁଞ୍ଜ।

ପୂର୍ବାନୁମାନ ଅନୁଯାୟୀ, ବାଂଲାଦେଶ ଏବଂ ଭାରତର ଉଭୟ ପାର୍ଶ୍ୱରେ ଥିବା ସୁନ୍ଦରବନ୍ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ଆସାମ, ପୂର୍ବ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ମଣିପୁର ଏବଂ ତ୍ରିପୁରାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

- Advertisement -

ଇତି ମଧ୍ୟରେ ବାଂଲାଦେଶର ଭୋଲା ଏବଂ ନାରେଲ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ସିତରଙ୍ଗ ପ୍ରଭାବରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏକ ଗଛ ସେମାନଙ୍କ ଉପରେ ପଡ଼ିଯିବା ପରେ ତିନି ଜଣ ପ୍ରାଣ ହରାଇଛନ୍ତି। ତେବେ ସୋମବାର ଦିନ ଅତି କମରେ ୨ ଲକ୍ଷ ୧୯ ହଜାର ୯୯୦ ଲୋକଙ୍କୁ ୧୫ଟି ଉପକୂଳବର୍ତ୍ତୀ ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories