www.samajalive.in
Sunday, December 14, 2025
15.1 C
Bhubaneswar

ଜେଲରେ ବ୍ଲାକମେଲର୍ ଦମ୍ପତି ଭେଟ ; ଜଗବନ୍ଧୁଙ୍କୁ ଦେଖି କାନ୍ଦିଲେ ଅର୍ଚ୍ଚନା

ଭୁବନେଶ୍ବର : ରବିବାର ସମୟ ଦିନ ୧୧ଟା ୧୫ରେ ଝାରପଡ଼ା ଜେଲ​ ଅଫିସରେ ବ୍ଲାକମେଲର୍ ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ପ୍ରାୟ ୨୦ ମିନିଟ୍‌ ଧରି ଜେଲ୍‌ ଅଫିସରେ ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହୋଇଥିଲେ। ଜେଲ୍‌ ମାନୁଆଲ ଅନୁସାରେ ଜେଲ୍‌ ଅଧିକାରୀ, ପୁରୁଷ ୱାର୍ଡେନ ଓ ମହିଳା ୱାର୍ଡେନଙ୍କ ଉପସ୍ଥିତିରେ ଉଭୟ କଥାବାର୍ତ୍ତା ହୋଇଥିଲେ। ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦିଥିଲେ। ପରସ୍ପରକୁ ଦେଖି ଦମ୍ପତି ଭାବବିହ୍ବଳ ହୋଇ ପଡ଼ିଥିଲେ। ଦେହ କେମିତି ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ। ଜଗବନ୍ଧୁ କହିଥିଲେ, ଭଲ ଅଛି । କଥା କହିଲା ବେଳେ ଟିକେ କଷ୍ଟ ଅନୁଭବ କରୁଛି । ପୁଅ କେମିତି ଅଛି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ। ପୁଅ ଘରେ ମା’ ପାଖରେ ଅଛି, ଭଲ ଅଛି ବୋଲି ଜଗବନ୍ଧୁ କହିଥିଲେ। ଓକିଲଙ୍କ ସହ କଥା ହୋଇଥିଲ, ହଁ, ମହାପାତ୍ର ବାବୁଙ୍କୁ କହିଛିି, ସେ ସେସନ୍ସ ଅଦାଲତରେ ଆବେଦନ କରିବେ କହିଛନ୍ତି। ତୁମ ଦେହ କେମିତି ଅଛି ବୋଲି ଜଗବନ୍ଧୁ ପଚାରିଥିଲେ, ଖାଇବା ଠିକ୍‌ଠାକ୍‌ କରୁଛ, ହଁ କହିଥିଲେ ଅର୍ଚ୍ଚନା। ପୁଲିସ ସବୁ ନେଇଯାଇଛି, ମୋବାଇଲ, ଡାଏରୀ, ପେନ୍‌ଡ୍ରାଇଭ ବି ନେଇଛି, ହଁ ଟିଭିରେ ଦେଖୁଥିଲି, କହିଥିଲେ ଅର୍ଚ୍ଚନା।
ଜଗବନ୍ଧୁଙ୍କ ଡାଏରୀକୁ ନେଇ ସନ୍ଦେହ ଘନୀଭୂତ ହେଉଛି। ଡାଏରୀରେ କେଉଁମାନଙ୍କ ନାମ ରହିଛି, ସେ ନେଇ କମିସନରେଟ ପୁଲିସ ତଦନ୍ତ କରୁଛି। ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କ ଡାଏରୀ ଭିତରେ ମଧ୍ୟ ମାଳ ମାଳ ନେତା, ମନ୍ତ୍ରୀଙ୍କ ନାଁ ରହିଛି। ହେଭିୱେଟଙ୍କ ନାଁକୁ ଦେଖି ପୁଲିସ ଛାତି ଧଡ଼ଧଡ଼ ହେଉଛି। କିପରି ମାମଲା ପରିଚାଳନା କରିବ ସେ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତଦନ୍ତକାରୀ ଦଳର ଗୁପ୍ତ ବୈଠକ ବସୁଛି। ସେପଟେ ନାଗ-ଫାଶରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସମେତ କମିସନରେଟ ପୁଲିସର କେତେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି, ତେବେ ସେହି ଅଫିସରମାନେ କିଏ ? ତାଙ୍କ ନାଁ ତଦନ୍ତ ଆଢ଼ୁଆଳରେ ରଖାଯାଇଛି କି? ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ମଧ୍ୟରେ କେହି ନୁହନ୍ତି ତ ! ଏହଭଳି ବିଭିନ୍ନ ପ୍ରଶ୍ନ ଉଠୁଛି। ଯଦି ସେପରି କେହି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବ, ତେବେ ଘଟଣା ଉପରୁ ପରଦା ହଟିବା କଷ୍ଟକର ବ୍ୟାପାର। ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ପରେ ଏବେ ଖଗେଶ୍ୱର ପାତ୍ର ଓରଫ ବାଇନକୁ ପୁଲିସ ଖୋଜୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories