www.samajalive.in
Thursday, December 11, 2025
16.1 C
Bhubaneswar

ଚାଷକାର୍ଯ୍ୟରେ ଆଧୁନିକ ପ୍ରଣାଳୀ ଉପଯୋଗ କରିବା ସମ୍ପର୍କିତ କୃଷକ ସମ୍ମିଳନୀ

ରାମନାଗୁଡା: ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତି ବିଭିନ୍ନ ଯାନ୍ତ୍ରିକ ଉପକରଣ ଚାଷକାର୍ଯ୍ୟରେ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି, ଡ୍ରିପ ଜଳସେଚନର ଉତ୍ତମ ବ୍ୟବହାର, ଜୈବିକ ସାର ପରିଚାଳନା ଓ ବ୍ୟବହାର ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଚାଷୀଙ୍କୁ ପ୍ରେରିତ କରିବା ସକାଶେ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୋଗୁପାଡୁ ଗ୍ରାମ ପାଞ୍ଚାୟତର କାଟିକି ଗ୍ରାମରେ ଏକ ଆଦର୍ଶ କୃଷକ ଶ୍ରୀ ଭି.ମୁରଲୀ କ୍ରୀଷ୍ଣାଙ୍କ ନେତୃତ୍ୱରେ ଦିନିକିଆ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କୃଷକ ସମ୍ମିଳନୀରେ ଗୋଗୁପାଡୁ ପାଞ୍ଚାୟତର ପୂର୍ବତନ ସରପଞ୍ଚବିଜୟ ମାଣ୍ଡିଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭି.ମୁରଲୀ କ୍ରୀଷ୍ଣାଙ୍କ ଚାଷ ଉପରେ ବ୍ୟବହାର କରିଥିବା ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିର କୌଶଳକୁ ପ୍ରଶଂସା କରିଥିଲେ ଏବଂ ଏହି ନୂତନ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତି ଅବଲମ୍ବନ କରି ଚାଷକାର୍ଯ୍ୟରେ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଉପସ୍ଥିତ ଥିବା ସ୍ଥାନୀୟ ଚାଷୀମାନଙ୍କୁ ପ୍ରୋସ୍ସାହିତ କରିଥିଲେ।

ଭି.ମୁରଲୀ କ୍ରୀଷ୍ଣା ବି.ଟେକ ପାଠ ପଢି ଏକ କମ୍ପାନୀରେ ଚାକରୀ କରୁଥିଲେ କିନ୍ତୁ ଚାଷ ଉପରେ ତାଙ୍କର ଅଧିକ ଇଛା ଥିବାରୁ ସେ ଚାକରୀ ଛାଡି ଚାଷକୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଛନ୍ତି। ସେ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟ ଚାଷୀମାନଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ଥିବା ଶ୍ରୀ ମୁରଲୀ କ୍ରୀଷ୍ଣା ପ୍ରକାଶ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories