କଂଟାବାଞ୍ଜି: କଂଟାବାଞ୍ଜି କେଭି ମହାବିଦ୍ୟାଳୟ ପରିସରରେ ପିଜି କମର୍ସର ଏକ ନୂତନ ଗୃହର ଉଦ୍ଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି। ବିଧାୟକ ପାଣ୍ଠିରୁ ଏହି ଗୃହ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିବା ବେଲେ ଅନ୍ୟ ସମସ୍ତ ଖର୍ଚ୍ଚ କଲେଜ କରିଛି। ତେବେ ଏ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ଏଥିରେ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଅଧ୍ୟକ୍ଷତା କରିଥିଲେ। କଲେଜ ପାଇଁ ବିଧାୟକ ଅନେକ ଅନୁଦାନ ଦେଇ ଉନ୍ନତି ମୂଲକ କାମରେ ସହଯୋଗ କରୁଥିବାରୁ ତାଙ୍କ ଧନ୍ୟବାଦ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଲୋହିତାକ୍ଷ ଯୋଷୀ, ଦେବେନ୍ଦ୍ର ମେହେର, ଡ ସଂଜୟ କୁମାର ମିଶ୍ର, ଦିନବନ୍ଧୁ କର, ଭଗବାନ ପଧାନ, କରୁନା ନାଏକ, ଜଶୋବନ୍ତ ନାରାୟଣ ମିଶ୍ର, ଅଧ୍ୟାପିକା ନମିତା ମିଶ୍ର, ସବିତା ମହାପାତ୍ର ଉପସ୍ଥିତ ରହିଥିଲେ।
Popular Categories



