www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ ଅର୍ଥ କାରବାର: ୫ ବ୍ୟାଙ୍କ ସାମିଲ, ୧ ବାଦ୍

ଭୁବନେଶ୍ବର: ଦୀର୍ଘ ୬ମାସ ବିଳମ୍ବ ପରେ ଅର୍ଥ ବିଭାଗ ପକ୍ଷରୁ ସରକାରୀ ଅର୍ଥ କାରବାର ଲାଗି ବ୍ୟାଙ୍କ ମନୋନୟନ(ଏମପ୍ୟାନେଲମେଣ୍ଟ) ତାଲିକା ଜାରି କରାଯାଇଛି। ଗତବର୍ଷ ୧୯ଟି ବ୍ୟାଙ୍କକୁ ସରକାର ସ୍ବୀକୃତି ପ୍ରଦାନ କରିଥିବାବେଳେ ଚଳିତବର୍ଷ ଆଉ ଏକ ବର୍ଗ ସଂଯୁକ୍ତ କରାଯାଇ ୫ଟି ନୂଆ ବ୍ୟାଙ୍କକୁ ସାମିଲ କରାଯାଇଛି। ହେଲେ ନୂତନ ବ୍ୟାଙ୍କ ତାଲିକାରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାଦ୍ ପଡ଼ିଛି। କେତେକ ବ୍ୟାଙ୍କକୁ ଉଦ୍ଦେଶ୍ୟମୂଳକ ଭାବେ ସାମିଲ କରିବାପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ନୀତି ଗୋଟିଏ ରହିଥିବାବେଳେ କେଉଁ ଆଧାରରେ ବ୍ୟାଙ୍କ ‘ଏମ୍‌ପ୍ୟାନେଲମେଣ୍ଟ’ କରାଗଲା ତାକୁ ନେଇ ଅଭିଯୋଗ ହୋଇଛି।ନିୟମ ଅନୁଯାୟୀ, ସିଡ଼ି ରେସିଓ,ଏସିପି, ଗ୍ରାମାଞ୍ଚଳ ଶାଖା, ବ୍ୟାଙ୍କ ମିତ୍ର ଭଳି ବିଭିନ୍ନ ସର୍ତ୍ତାବଳୀକୁ ପୂରଣ କରିଥିବା ବ୍ୟାଙ୍କକୁ ‘ଏମ୍‌ପ୍ୟାନେଲ’ କରାଯିବା କଥା। ଯେଉଁ ବ୍ୟାଙ୍କଗୁଡିକ କୃଷି, ଏମଏସ୍‌ଏମଇ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଋଣ ଦେଇଥିବେ‌ ସେମାନେ ହିଁ ଏହି ତାଲିକାରେ ସ୍ଥାନ ପାଇବେ। ହେଲେ କେତେକ ବ୍ୟାଙ୍କର ହାତଗଣତି ଶାଖା ରହିଥିବାବେଳେ ସେଗୁଡିକୁ ସରକାରୀ ଅର୍ଥ କାରବାର ଲାଗି ସାମିଲ କରାଯାଇଛି। ଏହାକୁ ନେଇ କେତେକ ଜାତୀୟ ବ୍ୟାଙ୍କ କମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।

ଚଳିତମାସ ୧୯ରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ନୂତନ ଭାବେ ସାମିଲ ହୋଇଥିବା ବ୍ୟାଙ୍କରେ ଅର୍ଥ କାରବାର ଲାଗି ସବୁ ବିଭାଗକୁ ପତ୍ର ଲେଖିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ଯେ, ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟି(ଏସଏଲବିସି)ର ରିପୋର୍ଟ ଆଧାରରେ ବ୍ୟାଙ୍କର ସ୍କୋର କାର୍ଡ ପ୍ରସ୍ତୁତ କରାଯାଇଛି। ପ୍ରଥମ ବର୍ଗରେ ଯେଉଁବ୍ୟାଙ୍କର ୧୦୦ ଶାଖା ଥିବ ସେମାନେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଦ୍ବିତୀୟ ବର୍ଗରେ ୫୦ରୁ ୯୦ ଏବଂ ତୃତୀୟ ବର୍ଗରେ ୨୦ରୁ ୪୯ ଶାଖାକୁ ସାମିଲ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭିତରେ ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଛି। ମାତ୍ର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଚଳିତବର୍ଷ ତାଲିକାରୁ ବାଦ୍ ଦିଆଯାଇଛି। ସେହିପରି ଆକ୍ସିସ, ବନ୍ଧନ, ଏଚ୍‌ଡିଏଫସି, ଆଇସିଆଇସିଆଇ ଘରୋଇ ବ୍ୟାଙ୍କ ତାଲିକାରେ ରହିଥିବାବେଳେ କ୍ୟାଟେ‌େ‌ଗାରୀ-୨ରେ ଡିସିବି, ଆଇଡ଼ିବିଆଇ, ଇଣ୍ଡସ୍‌ଇଣ୍ଡ ଏବଂ ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ରହିଛି। ଆଞ୍ଚଳିକ ବ୍ୟାଙ୍କ ତାଲିକାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଥିବାବେଳେ ତୃତୀୟ ବର୍ଗ ବ୍ୟାଙ୍କ ତାଲିକାରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଫେଡେରାଲ ବ୍ୟାଙ୍କ, ଆଇଡ଼ିଏଫସି ଫାଷ୍ଟ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories