www.samajalive.in
Friday, December 5, 2025
17.1 C
Bhubaneswar

ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ନୂତନ ରେଳ ଲାଇନ୍ ଓ କୋଠା ଉଦଘାଟିତ

ଲାଞ୍ଜିଗଡ : ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ ସମ୍ବଲପୁର-ରାୟଗଡ଼ା ରେଳପଥର ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନଠାରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ୍ ଓ ନୂତନ କୋଠା ଆଜି ରେଳବିଭାଗର ପଦସ୍ଥ ଅଧିକାରୀମାନଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଆଜି ରେଳ ବିଭାଗ ତରଫରୁ ସିଆର୍ ଏସ୍ ଏମ୍ ଚୌଧୁରୀ ଓ ସମ୍ବଲପୁର ଡିଆରଏମ୍ ବିନୀତ ସିଂହ ଲାଞ୍ଜିଗଡ଼ ରୋଡ଼ ଗସ୍ତ କରିବା ସହିତ ନବନିର୍ମିତ ତୃତୀୟ ଲାଇନ ଓ ଷ୍ଟେସନ ପରିସରରେ ନିର୍ମିତ ଭବ୍ୟ କୋଠାର ଉଦଘାଟନ କରିଥିଲେ । ଏହାକୁ ନେଇ ଲାଞ୍ଜିଗଡ଼ ରୋଡ଼ ଅଞ୍ଚଳବାସୀ ଉତ୍ସାହିତ ହୋଇ ପଡିଥିବାବେଳେ ଦୁଇଶହରୁ ଉର୍ଦ୍ଧ୍ବ ଜନସାଧାରଣ ରେଳ ବିଭାଗର ପଦସ୍ତ ଅଧିକାରୀଙ୍କୁ ସ୍ବାଗତ ଜଣାଇବା ସହିତ ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନରେ ଜୁନାଗଡ଼-ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନ୍ ରହଣୀ ସହିତ ଏକ ରେଲୱେ ହସ୍ପିଟାଲ ଖୋଲିବାକୁ ଦାବି କରିଥିଲେ ।
ଏହି ଅବସରରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତି ସଭ୍ୟା ମୁକ୍ତା ଭୋଇ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସୂର୍ୟ୍ୟକାନ୍ତି ମାଝୀ, ପୂର୍ବତନ ସମିତିସଭ୍ୟା କୈାନୁଜ ରାଉତ, ଟି. ଆପ୍ଲା ରାଜୁ, ଚନ୍ଦ୍ରଶେଖର ମହାପାତ୍ର, କେଶବଚନ୍ଦ୍ର ବାରିକ, ଅଭିମନ୍ୟୁ ପାତ୍ର, ପୂର୍ଣ୍ଣଚନ୍ଦ୍ର ଗଉଡ଼, ପ୍ରଣବ କୁମାର ରାଉତ, କେ. ବୈକୁଣ୍ଠ ରାଜୁ, ଗୋପାଳ ସୁନା, ନାଭି ଗହୀର, ଜୟନ୍ତ ଠାକୁର, ୱାଡ ସଭ୍ୟ ସଭ୍ୟା ବିନ୍ଦୁ ଶିଖା, ମମି ମାଝୀଙ୍କ ସମେତ ଲାଞ୍ଜିଗଡ଼ ଅଞ୍ଚଳର ବହୁତ ପୁରୁଷ ଓ ମହିଳା ପ୍ରମୁଖ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିଲେ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories