www.samajalive.in
Saturday, December 6, 2025
23.1 C
Bhubaneswar

ଆସୁଛି ଦୀପାବଳି : କମିଛି ମାଟି ଦୀପର ଚାହିଦା, କ୍ଷତିଗ୍ରସ୍ତ କୁମ୍ଭକାର ପରିବାର

ପଦ୍ମପୁର :  ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ହେଲେ ପୂର୍ବଭଳି ଆଉ ଦୀପର ଏବେ ଚାହିଦା ନାହିଁ । ଯାହାଫଳରେ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଛନ୍ତି ।  କିନ୍ତୁ ବେପାର ନାହିଁ। ଚାଇନା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଲୋକେ ଦୀପ ପ୍ରତି ମୁହଁ ଫେରାଇ ନେଉଛନ୍ତି । ଗତ କିଛିବର୍ଷ ହେଲା ବଜାରରେ ମାଟି ଦୀପର ଚାହିଦା କମି କମି ଚାଲିଛି ବୋଲି କୁମ୍ଭକାର ମାନେ କହିଛନ୍ତି ।  ପଦ୍ମପୁର ଅଞ୍ଚଳର ଖମାପଦର, ରାଉତରାଙ୍ଗା, ଗ୍ରାମରେ ବସବାସ କରୁଥିବା କୁମ୍ଭକାର ମାନେ ଦୀପାବଳିକୁ ଅପେକ୍ଷା କରି ବସିଥାନ୍ତି । ଏହି ସମୟରେ ସେ ଦୀପ ବ୍ୟବସାୟ କରି ବେଶ ଭଲ ରୋଜଗାର କରିଥାନ୍ତି ।  କିନ୍ତୁ କିଛି ବର୍ଷ ହେଲା ଦୀପର ଚାହିଦା କମିବା ଯୋଗୁଁ ବ୍ୟବସାୟ ସମ୍ପୂର୍ଣ୍ଣ  ମାନ୍ଦା ହୋଇଛି । ବିଶେଷ କରି କୋରନା ଯୋଗୁଁ ୨ବର୍ଷ ହେଲା ବେପାର ପୁରା ବୁଡି ଯାଉଥିବା ଅନେକ କୁମ୍ଭକାର କହିଛନ୍ତି । ଆଉ କେତକ କହିଛନ୍ତି ବଜାରରେ ଯେବେ ଠାରୁ ଚାଇନା ଦୀପ, ରଙ୍ଗୀନ ଏଲଇଡି ଉପଲବ୍ଧ ହେଲା ସେବେଠାରୁ ବେପାର ବୁଡିଛି । ସହରରେ ଏବେ ସୁନ୍ଦର ଅଟ୍ଟାଳିକା ସହିତ ମାର୍ବଲ ଓ ଟାଇଲସ ଚଟାଣ ଯୋଗୁଁ ଲୋକେ ଦୀପ ବଦଳରେ ମହମବତୀ ନେଇ କାମ ଚଲାଉଛନ୍ତି । ଆଉ କେତକ ତେଲ ଦର ଅଧିକା ଥିବାରୁ ମାଟି ଦୀପ ଜଳିବା କଷ୍ଟ ବୋଲି କୁହନ୍ତି । ତେଣୁ ମାଟିଦୀପ ପ୍ରତି ଲୋକେ ମୁହଁ ଫେରାଇ ନେଲେଣି । କେବଳ ବିଧି ରକ୍ଷା କରିବା ପାଇଁ ତୁଳସୀ ଚଉରା ମୂଳରେ ମାଟି ଦୀପ ଜାଳୁଛନ୍ତି । ତେଣୁ ଦୀପ ତିଆରି କରୁଛୁ ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ । ଦୀପାବଳିରେ ମାଟି ଦୀପରେ ଜଡ଼ା ତେଲ ବା ଟୁଲ ତେଲ  ପକାଇ ଜାଳିବା ବିଧି ରହିଛି । ଲୋକେ ଆଧୁନିକ ଆଡକୁ ଯାଉଥିବା ବେଳେ ପରମ୍ପରାକୁ ଭୁଲି ଯାଉଛନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ମାଟି ଦୀପ ଜାଳିବାର ଵିଧି ରହିଛି କିନ୍ତୁ ଆଧୁନିକତା ଭିତରେ ଏସବୁକୁ ଲୋକେ ଏବେ ଭୁଲି ଗଲେଣି । ସଂସ୍କୃତି ଏବେ ବି ଜୀବିତ ଅଛି ମରିନାହିଁ ତେଣୁ ମାଟି ଦୀପର କିଛି ମାତ୍ରାରେ ଆଦର ଅଛି । ମନ୍ଦିରରେ ମାଟି ଦୀପ ଲାଗୁଛି । ତେଣୁ ଅଧିକ ସଂଖ୍ୟାରେ ନହଲେ ବି କିଛି ମାତ୍ରାରେ  ବଜାରରେ ମାଟି ଦୀପର ଚାହିଦା ଅଛି । ଗ୍ରାମାଞ୍ଚଳରେ ରହୁଥିବା କୁମ୍ଭକାର ପରିବାର ମାନେ ଦୀପ ତିଆରିରେ ଲାଗି ପଡିଛନ୍ତି ।  କୁମ୍ଭକାର ପରିବାର ଏବେ ଟିକେ ଚଳଚଞ୍ଚଳ ହୋଇ ଉଠିଛନ୍ତି । କିନ୍ତୁ ପୂର୍ବରୁ ଦୀପାବଳିର ମାସକ ଆଗରୁ ଦୀପ ତିଆରିରେ ପରିବାର ଲୋକେ ନିୟୋଜିତ ହୋଇଥାନ୍ତି । ହେଲେ ଏବେ କିଛି ବର୍ଷ ହେଲା ବ୍ୟବସାୟ କମିଥିବାରୁ ଦୀପାବଳିର ୫-୧୦ ଦିନ ପୂର୍ବରୁ ଦୀପ ନିର୍ମାଣ କରାଯାଉଛି । ଦୀପାବଳି ସମୟରେ ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ପୂର୍ବରୁ ଦୀପ ବ୍ୟବସାୟ ହେଉଥିଲା । ଏବେ ୧୦ ହଜାର ଟଙ୍କା ବ୍ୟବସାୟ ହେବା କଷ୍ଟ ହୋଇପଡୁଛି । ବର୍ତ୍ତମାନ ଗାଁ ଗାଁ ବୁଲି ଦୀପ ବିକ୍ରୀ କରିବାକୁ ପଡୁଛି । ଯଦି ସରକାର କିଛି ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ କୁମ୍ଭକାର ବୃତ୍ତି ବଞ୍ଚିବା ସହିତ ଦୀପର ଚାହିଦା ବଢନ୍ତା ବୋଲି କିଛି କୁମ୍ଭକାର କହିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories