www.samajalive.in
Sunday, December 14, 2025
26.1 C
Bhubaneswar

ଭୟଙ୍କର କୋଭିଡ୍‌ ଭୁତାଣୁ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ଲାବୋରେଟୋରୀରେ ତିଆରି କରାଯାଇଥିବା ବିଶେଷଜ୍ଞଙ୍କ ଦାବି – ତଦନ୍ତ ଆରମ୍ଭ

ନ୍ୟୁୟର୍କ – ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ଭୟଙ୍କର କୋଭିଡ୍‌ ଭୁତାଣୁ ଗବେଷକମାନେ ତିଆରି କରିଥିବା ଦାବି କରିଛନ୍ତି । ଏହାକୁ କୃତ୍ରିମ ଉପାୟରେ ତିଆରି କରାଯାଇଛି । ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ ଏବଂ ମୂଳ କୋଭିଡ୍‌ -୧୯ ଭୁତାଣୁର ସମିଶ୍ରଣରେ ଏହାକୁ ଗବେଷକମାନେ ପ୍ରସ୍ତୁତ କରିଛନ୍ତି । ଏହି ଭୁତାଣୁ ଭୁଲ୍‌ରେ ବି ବାହାରକୁ ଆସିଲେ ଏଥିରେ ୮୦ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ହେବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଏବଂ ବିଦେଶୀ ଖବର ପ୍ରସାରଣ ସଂସ୍ଥାରେ ଖବର ପ୍ରକାଶିତ ହୋଇଛି । ଏହି ଖବର ପ୍ରକାଶିତ ପରେ ବୋଷ୍ଟନ ସାଧାରଣ ସ୍ୱାସ୍ଥ୍ୟ କମିଶନ ଏବଂ ରିଭ୍ୟୁ କମିଟି ବିଶ୍ୱବିଦ୍ୟାଳର ପରୀକ୍ଷାଗାରରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ କୌଣସି ବିପଦ ନଥିବା ଏବଂ ଏହି ଗବେଷଣା ପାଇଁ ଅନ୍ତରୀଣ ଅନୁମତି ପ୍ରଦାନ କରାଯାଇଥିବା ବୋଷ୍ଟନ ସାଧାରଣ ସ୍ୱାସ୍ଥ୍ୟ କମିଶନ କହିଛନ୍ତି ।

ତେବେ ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ କରାଯିବ । ମିଡିଆକୁ କିପରି ଖବର ଲିକ୍‌ ହେଲା ଏବଂ କାହିଁକି ଏ ବିଷୟରେ କମିଶନ୍‌ ଗଣମାଧ୍ୟମରୁ ସୂଚନା ପାଇଲେ ସେ ବିଷୟରେ ଜବାବ୍‌ ମଗାଯାଇଥିବା କୁହାଯାଇଛି ।

- Advertisement -

ଗବେଷକମାନେ ଏ ବିଷୟରେ ଅନ୍‌ଲାଇନ୍‌ରେ ଏକ ପୋଷ୍ଟ କରିଥିଲେ । ମୂଳ କୋଭିଡ୍‌ ଭୁତାଣୁ ଏବଂ ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ର ମିଶ୍ରଣରେ ଏକ ପାଥୋଜେନ୍‌ ବା ନୂଆ ପ୍ରକରଣ ଲାବୋରେଟୋରୀରେ ବିକାଶ କରାଯାଇଥିବା ସୂଚନା ଦେଇଥିଲେ ।

ଏହା ଲୋକଙ୍କ ମଧ୍ୟରେ ଟିକା ଏବଂ ପୂର୍ବ ସଂକ୍ରମଣର ପ୍ରତିରୋଧକ ଶକ୍ତିକୁ ପ୍ରତିହତ କରିପାରେ ବୋଲି କୁହାଯାଇଥିଲା । ଏହାକୁ ପରୀକ୍ଷଣ କରାଯାଇଥିବା ୮୦ ପ୍ରତିଶତ ମୂଷାଙ୍କର ମୃତ୍ୟୁ ହୋଇଥିବା କଥା ରିପୋର୍ଟରେ ଦର୍ଶାଯାଇଛି । ଏପରି ଗବେଷଣା ସମୟରେ ଅଧିକ ସତର୍କ ରହିବା ପାଇଁ ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories